୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଡାକ୍ତରଖାନାରେ ୧୫ ଦିନ ଧରି ଶବ ପକାଇ ରଖାଯିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ।  ଶବ ବ୍ୟବଚ୍ଛେଦ ଘରେ ପଡିଥିବା ୫ଟି ମୃତେଦହ ମଧ୍ୟରୁ ୪ଟିକୁ ମ୍ୟୁନିସପାଲଟି ପକ୍ଷରୁ ସତ୍କାର ପାଇଁ ନିଆଯାଇଛି  । ଆଉ ଗୋଟିଏ ମୃତଦେହର ମଧ୍ୟ ଶୀଘ୍ର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ଆଜି ସକାଳୁ ବାଲେଶ୍ୱର ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ଅଚିହ୍ନା ରୋଗୀଙ୍କ ମୃତ୍ୟୁ ପରେ ପାଞ୍ଚଟି ମୃତଦେହ ଗୁଡିକ ଗଦା କରି ରଖାଯାଇଥିଲା । ଶବ ସଂରକ୍ଷଣ କେନ୍ଦ୍ରରେ ମୃତଦେହ ରଖିବାକୁ ଜାଗା ନଥିବାରୁ ବ୍ୟବଚ୍ଛେଦ ଗୃହର ପାଖ କୋଠରୀରେ ରଖାଯାଇଥିଲା ମୃତଦେହ ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ଉପରେ ଶବ ପକାଇ ରଖିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୃତଦେହର ଦାହ ସଂସ୍କାର ନକରି ପକାଇ ରଖିବା ଉପରେ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ, ଅଚିହ୍ନା ଶବ ଦାହ ଦାୟିତ୍ୱ ପୁଲିସର । ସେପଟେ ପୌରପାଳିକାର ଟଙ୍କା ବାକିଥିବାରୁ ଶବ ଦାହ ହୋଇପାରୁନଥିବା କହିଥିଲା ପୁଲିସ।

The post ୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ appeared first on Odisha Reporter.



from Odisha Reporter https://ift.tt/3djHOho

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages