ଅଯୋଧ୍ୟାରେ ଜମି ଦୁର୍ନୀତି ମାମଲା, ଜବାବ ରଖିଲା ରାମ ମନ୍ଦିର ଟ୍ରଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଅଯୋଧ୍ୟାରେ ଜମି ଦୁର୍ନୀତି ମାମଲା, ଜବାବ ରଖିଲା ରାମ ମନ୍ଦିର ଟ୍ରଷ୍ଟ

ଅଯୋଧ୍ୟା: ମାତ୍ର ୧୦ ମିନିଟ ଭିତରେ ୨ କୋଟି ଟଙ୍କା ଜମିର ମୂଲ୍ୟ ୧୮.୫ କୋଟିରେ ପହଞ୍ଚିବା ଓ ଏହାକୁ ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ କିଣିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏକାଧିକ ରାଜନୀତିକ ଦଳ ଅଯୋଧ୍ୟାରେ ଟ୍ରଷ୍ଟର ଜାଣତରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦ ବଢ଼ିବାରୁ ଅଯୋଧ୍ୟା ମନ୍ଦିର ଟ୍ରଷ୍ଟ ଏହାର ଜବାବ ରଖିଛି। ଜମି କିଣାରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଓ ସବୁକିଛି ପ୍ରୋଟକଲ ଅନୁସାରେ ହୋଇଥିବା ଟ୍ରଷ୍ଟ କହିଛି।

ବିଶ୍ୱ ହିନ୍ଦୁ ପରିଷଦର ନେତା ତଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମ୍ପାଦକ ଚମ୍ପତି ରାୟ ଏକାଧିକ ଟ୍ୱିଟ ଜରିଆରେ ଆର୍ଥିକ କାରବାରକୁ ଯର୍ଥାଥ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, ଟ୍ରଷ୍ଟ ସମସ୍ତ ପ୍ରକାରର ନେଣଦେଶ ସ୍ୱଚ୍ଛତାର ସହ କରିଛି। ଧାର୍ଯ୍ୟ ପ୍ରୋଟକଲ ଅନୁଯାୟୀ ଜମି କିଣା ବାବଦର ସମସ୍ତ ଅର୍ଥ ସିଧା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି।

କେବଳ ରାଜନୀତିକ ଓ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଦୁର୍ନୀତିର ଅଭିଯୋଗ ଅଣାଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ଉତ୍ତର ପ୍ରଦେଶରେ ଏକ ବଡ଼ ପ୍ରସଙ୍ଗ। ଆସନ୍ତାବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପରି ଅଭିଯୋଗ ଆସିବା ସ୍ୱାଭାବିକ। ମନ୍ଦିର ସହ ରାମ ମନ୍ଦିର କମ୍ଲେକ୍ସକୁ ଟ୍ରଷ୍ଟ ନିଜ ହାତକୁ ନେଇଛି। ଯଦି ଏହାଦ୍ୱାରା କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ବେଘର ହୁଅନ୍ତି, ତା’ହେଲେ ସେମାନଙ୍କର ଥଇଥାନର ବ୍ୟବସ୍ଥା କରାଯିବ। ଏହି କାରଣ ପାଇଁ ୧୨,୦୮୦ ସ୍କୋୟେର ମିଟିର ଜମି ଟ୍ରଷ୍ଟ ପକ୍ଷରୁ କିଣାଯାଇଛି। ଏହା ମୁଖ୍ୟ ଜମି ଓ ଏହା ଅଯୋଧ୍ୟାର ରେଳବାଇ ଷ୍ଟେସନ ପାଖରେ ରହିଛି। ଜମି କିଣାରେ କୌଣସି ପ୍ରକାରର ଦୁର୍ନୀତି ହୋଇ ନଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ସପା ଓ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦୁଇ ଜଣ ରିୟଲିଷ୍ଟେଟ ବ୍ୟବସାୟୀ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଜମିକୁ ୨ କୋଟି ଟଙ୍କାରେ କିଣିଥିଲେ। ଏହାର କିଛି ମିନିଟ ମଧ୍ୟରେ ଏହାକୁ ୧୮.୫ କୋଟି ଟଙ୍କାରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ବିକ୍ରି କରିଦେଇଥିଲେ। କଂଗ୍ରେସ ମଧ୍ୟ ପୂରା ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରିବାକୁ ଦାବି କରିଛି।

The post ଅଯୋଧ୍ୟାରେ ଜମି ଦୁର୍ନୀତି ମାମଲା, ଜବାବ ରଖିଲା ରାମ ମନ୍ଦିର ଟ୍ରଷ୍ଟ appeared first on Odisha Reporter.



from Odisha Reporter https://ift.tt/35oYPlX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages