ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସଜବାଜ। ରାତି ପାହିଲେ ପହିଲି ରଜ। ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ପରିବେଶ। ତେବେ ଭୁବନେଶ୍ୱର ପାନ୍ଥନିବାସରେ ଆଡମ୍ବର ନୁହେଁ, ନିରାଡ଼ମ୍ବରରେ ପାଳନ ହେବ ଓଡ଼ିଶା ଗଣପର୍ବ ରଜ।। ଗତବର୍ଷ ଭଳି ଚଳିତବର୍ଷ ପ୍ରତିକାତ୍ମକ ଭାବେ ରଜଦୋଳି କରାଯାଇଛି। ପାନ୍ଥନିବାସ ପରିସରକୁ ରଜବତୀ ଭାବରେ ସଜାଯାଇଛି। କିନ୍ତୁ ସେଠାକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି।
ରଜପିଠା ପାଇଁ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ଭୁବନେଶ୍ୱରରେ ଘରେ ଘରେ ପିଠା ପହଞ୍ଚାଇବା ପାଇଁ ‘ପିଠା ଅନ୍ ହ୍ୱିଲ୍‘ ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ି ସାରା ସହର ବୁଲିବ। ୧୪ରୁ ୧୬ ତାରିଖ ଯାଏ ଏହି ଗାଡ଼ିରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ, ଖଣ୍ଡଗିରି, ସିଆର୍ପି, ପଟିଆ, ଚନ୍ଦ୍ରଶେଖରପୁର ଓ ରୁପାଲି ଛକ ନିକଟରେ ରଜ ପିଠା ମିଳିବ।
ମହାମାରୀ କରୋନା କଟକଣା ମଧ୍ୟରେ ରଜ ମଉଜ ପାଳନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବଲପୁରରେ ପିଠା ଅନ୍ ହ୍ୱିଲ୍, କଟକ ଓ ରାଉରକେଲାରେ ସ୍ୱତନ୍ତ୍ର କାଉଣ୍ଟର ଜରିଆରେ ଲୋକମାନଙ୍କୁ ରଜ ପିଠା ଯୋଗାଇବାର ବ୍ୟବସ୍ଥା କରିଛି ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି।
The post ରଜରେ ରାଜଧାନୀରେ ବୁଲିବ ପିଠା ଗାଡ଼ି appeared first on Odisha Reporter.
from Odisha Reporter https://ift.tt/3znHrvD
No comments:
Post a Comment