ମୁମ୍ୱାଇ: ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ମୂଷଳ ଧାରାରେ ବର୍ଷା ହେଉଛି। ଏହାର ପ୍ରଭାବରେ ସହର ଗୁଡ଼ିକ ବର୍ଷା ପାଣିରେ ବେହାଲ ହୋଇଛି। ବର୍ଷା ପାଣି ଠିକ୍ ଭାବରେ ପାସ କରିନପାରିବାରୁ କ୍ଷୁବ୍ଧ ହୋଇ ସ୍ଥାନୀୟ ବିଧାୟକ ମାନବିକତା ଭୁଲିଛନ୍ତି। କୋଭିଡ ୧୯ ବେଳେ ସେହି ନାଳ ତିଆରି କରିଥିବା କଣ୍ଟ୍ରାକ୍ଟର ବା ଠିକାଦାରକୁ ଡାକି ଆଣି ନାଳ ପାଣିରେ ବିଧାୟକ ଜଣଙ୍କ ବସାଇଥିବା ଦେଖିବାକୁ ମିଳିଛି। ପରେ ବିଧାୟକଙ୍କ ସମର୍ଥକ ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଅଳିଆ ନେଇ ରଖୁଥିବା ଦେଖିବାକୁ ମିଳିଛି।
କୁର୍ଲାର କାମାନୀରେ ଥିବା ଡ୍ରେନଗୁଡିକର ପରିମଳ ବ୍ୟବସ୍ଥା ଠିକ୍ ନଥିବାରୁ ଶିବସେନା ବିଧାୟକ ଦିଲୀପ ଲାଣ୍ଡେ କଣ୍ଟ୍ରାକ୍ଟରକୁ ଅଳିଆ ଆବର୍ଜନାରେ ଭିତରେ ବସାଇ ତାଙ୍କ ସମର୍ଥକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡ୍ରେନରୁ ଆବର୍ଜନା ବାହାର କରିବାକୁ କହିଥିଲେ। ପରେ କଣ୍ଟ୍ରାକ୍ଟର କାମ ଠିକ୍ ଭାବରେ କରିନଥିବାରୁ ସେହି ଆବର୍ଜନାକୁ ତାଙ୍କ ଉପରେ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଶିବସେନାର ଏହି ବିଧାୟକ।
ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଧାୟକ ଲାଣ୍ଡେ ମଧ୍ୟ ରାସ୍ତାରେ ଦଳୀୟ କର୍ମୀଙ୍କ ସହିତ ଉପସ୍ଥିତ ରହିଛନ୍ତି। ରାସ୍ତାରେ ବର୍ଷା ପାଣି ବୋହି ଯାଇ ଖାଲ ଖମାରେ ପଶିଯାଉଥିବା ଦେଖିବାକୁ ମିଳିଛି। ରାସ୍ତାରେ କଣ୍ଟ୍ରାକ୍ଟରଙ୍କୁ ବସାଇ ବିଧାୟକ ଜଣଙ୍କ ଡ୍ରେନ କାମ ନେଇ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି।
#WATCH | Mumbai: Shiv Sena MLA from Chandivali, Dilip Lande makes a contractor sit on water logged road & asks workers to dump garbage on him after a road was waterlogged due to improper drainage cleaning
He says, "I did this as the contractor didn't do his job properly" (12.6) pic.twitter.com/XjhACTC6PI
— ANI (@ANI) June 13, 2021
କଣ୍ଟ୍ରାକ୍ଟର ଜଣଙ୍କ ଏପରି ନକରିବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ। ହେଲେ ବିଧାୟକ ଶୁଣିନଥିଲେ। ବିଧାୟକ ଦିଲ୍ଲୀପ କହିଛନ୍ତି କଣ୍ଟ୍ରାକ୍ଟର ଠିକ୍ ଭାବରେ କାମ କରୁନଥିବାରୁ ସେ ବାଧ୍ୟ ହୋଇ ଏଭଳି କରିଛନ୍ତି। ବର୍ଷା ହେବା ପୂର୍ବରୁ ବିଧାୟକ ଜଣଙ୍କ ନାଳ ସଫା କରିବାକୁ କଣ୍ଟ୍ରାକ୍ଟରକୁ କହିଥିଲେ ବୋଲି ସେ କହିଛନ୍ତି। ହେଲେ ଠିକାଦର ଶୁଣିନଥିବା ବିଧାୟକ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବାରୁ ମୁମ୍ୱାଇରେ ଲୋକାଲ ଟ୍ରେନ୍ ସେବା ବାଧାପ୍ରାପ୍ତ ରହିଛି।
The post ଠିକାଦାରଙ୍କୁ ନାଳ ପାଣି ଓ ଅଳିଆରେ ଗାଧୋଇ ଦେଲେ ବିଧାୟକଙ୍କ ସମର୍ଥକ appeared first on Odisha Reporter.
from Odisha Reporter https://ift.tt/3pSK04n
No comments:
Post a Comment