‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀ ନାଁ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍ କରିଛନ୍ତି।

କେବଳ ଦୂତୀ ନୁହନ୍ତି, ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର। ଏହାଛଡ଼ା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ୍ କରାଯାଇଛି ।

ଗତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ଦୂତୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରାଜ୍ୟ ସରକାର ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିସ୍ କରିଛନ୍ତି । ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଛନ୍ତି । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

ନିକଟରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ଦୂତୀ ୧୦୦ ମିଟରକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। କିନ୍ତୁ ଇଣ୍ଟର ଷ୍ଟେଟ୍ ଚାମ୍ପିୟନଶିପରେ ଦୂତୀ ନିରାଶ କରି ଚତୁର୍ଥ ସ୍ଥାନରେ ରହିଥିଲେ ।

ସେହିପରି ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ ହୋଇଥିବା ବୀରେନ୍ଦ୍ର ଲାକ୍ରାଙ୍କ ଯୋଗଦାନ ଭାରତୀୟ ହକି ପାଇଁ ଉଲ୍ଲେଖନୀୟ ରହିଆସିଛି । ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ଏପର‌୍ୟ୍ୟନ୍ତ ୧୫୦ରୁ ଅଧିକ ମ୍ୟାଚ୍ ଭାରତ ପକ୍ଷରୁ ଖେଳିସାରିଛନ୍ତି। ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି।

ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି। ବୀରେନ୍ଦ୍ର ମଧ୍ୟ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଖେଳିଥିଲେ।

The post ‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ appeared first on Odisha Reporter.



from Odisha Reporter https://ift.tt/2Szylvf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages