ଧସୁଛି ଗେଙ୍ଗୁଟି ନଦୀବନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ଧସୁଛି ଗେଙ୍ଗୁଟି ନଦୀବନ୍ଧ

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗେଙ୍ଗୁଟି ନଦୀବନ୍ଧରେ ଫାଟ ସୃଷ୍ଟି ହେବା ସହିତ ଅତଡ଼ା ଖସୁଥିବା ଅଭିଯୋଗ ହୋଇଛି।

ବ୍ଲକ୍‌ର ରାମେଶ୍ୱରପୁର ମଳିକ ସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧରେ ବଡ଼ ବଡ଼ ଫାଟ ଦେଖାଯାଇଛି। ସ୍ଥାନେ ସ୍ଥାନେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ନଦୀବନ୍ଧ ଧସିଛି।

ସେହିପରି ଏହି ବ୍ଲକ୍‌ର କଣ୍ଟଦା ସେଠି ସାହି ନିକଟରେ ମଧ୍ୟ ଗେଙ୍ଗୁଟି ନଦୀବନ୍ଧରୁ ମାଟି ଧସିଛି। ଗତକାଲି ଏଠାରେ ପ୍ରାୟ ୩୦୦ ମିଟର ଯାଏ ନଦୀବନ୍ଧ ଧସି ଯାଇଥିଲା। ନଦୀବନ୍ଧ ଧସୁଥିବାରୁ ଏହା ପାଖରେ ରହୁଥିବା ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ସହିତ ତୁରନ୍ତ ନଦୀବନ୍ଧ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।

ବାତ୍ୟା ‘ୟାସ୍‌’ ଯୋଗୁ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଥିଲା। ବୈତରଣୀ ନଦୀରେ ବନ୍ୟା ଆସିବାରୁ ଏହାର ଶାଖା ନଦୀ ଗେଙ୍ଗୁଟିରେ ମଧ୍ୟ ବନ୍ୟା ଆସିଥିଲା। ବନ୍ୟା ଜଳ ଖସିବା ପରେ ଗେଙ୍ଗୁଟି ନଦୀବନ୍ଧ ଧସିବାକୁ ଲାଗିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

The post ଧସୁଛି ଗେଙ୍ଗୁଟି ନଦୀବନ୍ଧ appeared first on Odisha Reporter.



from Odisha Reporter https://ift.tt/3yTTd0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages