ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ମହାମାରୀ । ଏଥିପାଇଁ ଅନେକ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ମହାମରୀ କବଳରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଚାରିଆଡେ ଆରମ୍ଭ ହୋଇଛି ଅନ୍ଲାଇନ୍ କ୍ଲାସ । ପିଲାମାନେ ଘରେ ବସି ପାଠି ପଢ଼ୁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଖବର । ଜଣେ ୬ ବର୍ଷର କୁନି ଝିଅ ଦେଶର ପ୍ରଧାନମନ୍ତ୍ରୀଙ୍କୁ କରିଛି ପ୍ରଶ୍ନ । ଆଉ ତା’ର ପ୍ରଶ୍ନ ହେଉଛି ଏତେ ହୋମ୍ୱାର୍କ କାହିଁକି?
କାଶ୍ମୀରର ୬ ବର୍ଷର କୁନି ଝିଅ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡିଓ ଜରିଆରେ ପଠାଇଛନ୍ତି ବାର୍ତ୍ତା । ସେ ବାର୍ତ୍ତାରେ କହିଛନ୍ତି, ମୋଦି ସାହେବଟ୍ଟ ମୁଁ ସକାଳ ୧୦ଟା ପୂର୍ବରୁ ଉଠେ, ଦୁଇଟା ପର୍ୟ୍ୟନ୍ତ କ୍ଲାସ୍ ଚାଲିଥାଏ। ପ୍ରଥମେ ଇଂରାଜୀ ତାପରେ ଗଣିତ, ଇଭିଏସ୍ ଏବଂ ପରେ କମ୍ପ୍ୟୁଟର। ହୋମୱାର୍କ ଏତେ ଦିଆଯାଉଛି, ପଚାରନ୍ତୁ ନାହିଁ । ତଥାପି କରିବାକୁ ପଡେ। ଛୋଟ ପିଲାମାନଙ୍କୁ କାହିଁକି ଏତେ ହୋମ୍ୱାର୍କ ଦିଆଯାଏ? ବଡ଼ ପିଲାଙ୍କୁ ଅଧିକ କାମ ଦିଆଯାଏ, ଛୋଟ ପିଲାଙ୍କୁ କାହିଁକି?
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୬ ବର୍ଷୀୟ କୁନି ଝିଅ ଏଭଳି ମଜାଦାର ଢ଼ଙ୍ଗରେ ପଚାରିଥିବା ପ୍ରଶ୍ନ ଏବେ ଭାଇରାଲ ହେବାରେ ଲାଗିଛି । କୁନି ଝିଅର କ୍ୟୁଟ୍ କମ୍ପଲେନ୍ ସମସ୍ତେ ଶୁଣି ହସୁଛନ୍ତି ।
ସେପଟେ କୁନି ଝିଅର ଏଭଳି ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ଜମ୍ମୁ-କାଶ୍ମୀରର ଏଲ୍ଜି ମନୋଜ ସିହ୍ନା। ୪୮ ଘଣ୍ଟା ମଧ୍ୟରେ ଏକ ନୀତି ଆଣିବାକୁ ସେ ଜମ୍ମୁ କାଶ୍ମୀର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଏହା ଅତ୍ୟନ୍ତ ମଧୁର ଅଭିଯୋଗ। ଛୋଟ ପିଲାଙ୍କ ଉପରେ ହୋମ୍ୱାର୍କର ଚାପ କମ କରିବା ସହ ସେମାନଙ୍କ ଦିନଗୁଡିକ ଆନନ୍ଦଦାୟକ ହେବା ଉଚିତ ବୋଲି ସେ ଶିକ୍ଷା ବିଭାଗକୁ କହିଛନ୍ତି।
ସୂଚନା ମୁତାବକ, କରୋନା ମହାମାରୀ ଯୋଗୁଁ ଜମ୍ମୁ-କାଶ୍ମୀରର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। କିନ୍ତୁ ପିଲାଙ୍କ ପାଠରେ ଯେପରି ପ୍ରଭାବ ନପଡେ ସେଥିପାଇଁ ଅନ୍ଲାଇନ୍ କ୍ଲାସ ଚାଲିଛି।
Very adorable complaint. Have directed the school education department to come out with a policy within 48 hours to lighten burden of homework on school kids. Childhood innocence is gift of God and their days should be lively, full of joy and bliss. https://t.co/8H6rWEGlDa
— Office of LG J&K (@OfficeOfLGJandK) May 31, 2021
The post ‘ମୋଦି ସାର୍…ଏତେ ହୋମ୍ୱାର୍କ କାହିଁକି?’ appeared first on Odisha Reporter.
from Odisha Reporter https://ift.tt/3uNirup
No comments:
Post a Comment