ନ୍ୟୁୟର୍କ: ଆମେରିକାରେ ଅଧିକାଂଶ ଲୋକ ଟିକା ନେବା ପରେ ବିଭିନ୍ନ କରୋନା ପ୍ରତିବନ୍ଧକ ନିୟମକୁ ସରକାର ହଟାଇ ଦେଇଛନ୍ତି। ଏହାରି ଭିତରେ ଆମେରିକାର ଦ ପେନ୍ ଆମେରିକାନ୍ ହେଲଥ ଅର୍ଗାନାଇଜେସନ (PAHO) ଏକ ଚେତାବନୀ ଦେଇଛି। ଆମେରିକାରେ ସଂକ୍ରମଣ ଯେଉଁ ଭଳି ଭାବରେ ବ୍ୟାପୁଛି ଏହାକୁ ନିୟନ୍ତ୍ରଣ କରିବାକୁ ବର୍ଷ ବର୍ଷ ଲାଗିବ। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏହି ଆଞ୍ଚିଳିକ ଅଫିସ (PAHO) ଏପରି ଚେତାବନୀ ଦେଇଛି। ପାହୋର ନିର୍ଦ୍ଦେଶକ କାରିସା ଏଟିଏନ୍ନେ ସାପ୍ତାହିକ ପ୍ରେସ ମିଟିଂରେ କହିଛନ୍ତି ଗତ ସପ୍ତାହରେ ୧.୨ ମିଲିଅନ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୩୪ ହଜାର ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଆମେରିକା ନୁହେଁ ମେକ୍ସିକୋ, ବ୍ରାଜିଲ ଏବଂ ପେରରେ ମଧ୍ୟ କରୋନା ଜନିତ ମୃତ୍ୟୁ ହାର ସର୍ବାଧିକ ରହିଛି।
କାରିସା ଏଟିଏନ୍ନେ କହିଛନ୍ତି ଯଦି ଏହି ଭଳି ଭାବରେ ଚାଲିବ ତାହେଲେ ସ୍ୱାସ୍ଥ୍ୟ, ସାମାଜିକ ଏବଂ ଆର୍ଥିକ ସ୍ଥିତି ବେହାଲ ହୋଇଯିବ। ଫଳରେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ଆଗାମୀ ଦିନରେ କାଠିକର ହୋଇପଡ଼ିବ। ବିଭିନ୍ନ ରିପୋର୍ଟ ଅନୁଯାୟୀ ଏବେ ବି ଆମେରିକାରେ କରୋନା ମୃତ୍ୟୁ ହାର ସର୍ବାଧିକ ରହିଛି। ଦ୍ୱିତୀୟରେ ବ୍ରାଜିଲ ଏବଂ ତୃତୀୟରେ ଭାରତ ରହିଛି। ତେବେ ଆମେରିକାରେ ପୂର୍ବରୁ ଯେଉଁଭଳି କରୋନାରେ ମୃତ୍ୟୁ ଘଟୁଥିଲା ସେଥିରେ ଏକ ପ୍ରକାର ରୋକ୍ ଲାଗିଛି। ଏହାର କାରଣ ଦ୍ରୁତଗତିରେ ଟିକାକରଣ।
ଆମେରିକା, କାନାଡା ଏବଂ ସ୍ପେନ ଭଳି ଦେଳରେ ଟିକାକରଣ ଏକ ପ୍ରକାର ଅଧାରୁ ଅଧିକ ହୋଇସାରିଛି। ଏବେ ଅନ୍ୟ ଦେଶ ମାନଙ୍କୁ ଟିକା ଦାନ କରିବା ସହିତ ଫଣ୍ଡିଂ କରୁଛନ୍ତି ଏହି ଦେଶମାନେ। ଆଗାମୀ ଦିନରେ ଅନ୍ୟ ଦେଶମାନେ ଏହାକୁ ଅନୁସରଣ କରିବା ଦରକାର ବୋଲି ପୋହା କହିଛି। ତେବେ ଆଗକୁ କରୋନାର ନୂଆ ଲହର ଆସିବ। ଏହି ସମୟରେ ବ୍ୟାପକ କ୍ଷତି ଘଟିପାରେ। ମୁଖ୍ୟତଃ ମଧ୍ୟମ ଏବଂ ଛୋଟ ଛୁଆ ଏହି ଲହରର ଶିକାର ହୋଇପାରନ୍ତି। ତେଣୁ ସମ୍ଭାବ୍ୟ ଲହରକୁ ଦେଖି ଏବେ ଭିଡ ଜାଗାରେ ଏକାଠି ହେବା ଠିକ୍ ନୁହେଁ ବୋଲି ପାହୋ କହିଛି।
The post ପାହୋର ଚେତବାନୀ: କରୋନାକୁ ଶୀଘ୍ର ନିୟନ୍ତ୍ରଣ କର, ନଚେତ ସବୁ ବିଗିଡିଯିବ appeared first on Odisha Reporter.
from Odisha Reporter https://ift.tt/3vbjsMG
No comments:
Post a Comment