କରୋନାରେ ସର୍ବକାଳୀନ ମୃତ୍ୟୁ ରେକର୍ଡ, ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

କରୋନାରେ ସର୍ବକାଳୀନ ମୃତ୍ୟୁ ରେକର୍ଡ, ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳେ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ସଂକ୍ରମଣ ରିପୋର୍ଟ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ବିଗତ ୨୪ ଘଣ୍ଟାରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳକୁ ଆସିଛି ହେଲେ ମୃତ୍ୟୁ ହାର ସମସ୍ତ ରେକର୍ଡ ଭାଙ୍ଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୯୪,୦୫୨ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୧୪୮କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଭାରତରେ ମୋଟ୍ ସଂକ୍ରମିତ ସଂଖ୍ୟା ୨,୯୧,୮୩,୧୨୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୫୯,୬୭୬ ଛୁଇଁଛି।

ବିହାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୯୭୧କୁ ବୃଦ୍ଧି ପାଇଛି। ଯାହାକି ସାରା ଦେଶର ମୃତ୍ୟୁ ହାରକୁ ବଢ଼ାଇ ଦେଇଛି। ବିଭିନ୍ନ ଜିଲ୍ଲା ଗୁଡ଼ିକରେ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ରିପୋର୍ଟରେ ଏକ ତ୍ରୁଟି ଥିବା ସାମ୍ନାକୁ ଆସିଛି। ଏହାକୁ ନେଇ ପାଟଣା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ। ପରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ପୁରୁଣା ମୃତ୍ୟୁ ମାମଲା ଯୋଡିବା ପରେ ବିହାରରେ ମୃତକଙ୍କ ସଂଖ୍ୟା ପ୍ରାୟ ୪ ହଜାରକୁ ବୃଦ୍ଧି ପାଇଛି। ବିହାରର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତୀକ ଅମୃତ ସ୍ୱୀକାର କରିଛନ୍ତି ଯେ କରୋନା କାରଣରୁ ମୃତ୍ୟୁର ପ୍ରକୃତ ରିପୋର୍ଟ ପ୍ରକାଶ ପାଇନାହିଁ। ଯେଉଁମାନେ ରିପୋର୍ଟ ଠିକ୍ ଭାବରେ ଦର୍ଶାଇନଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୩୬୭ ଜଣଙ୍କର କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇଲେ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨,୭୬,୫୫,୪୯୩ ପହଞ୍ଚିଛି। ସେହିପରି ଦେଶରେ ଚିକିତ୍ସାଧୀନ ସଂଖ୍ୟା ମଧ୍ୟ କମି ଚାଲିଛି। ଏବେ ୧୧,୬୭,୯୫୨ ଜଣ କରୋନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

The post କରୋନାରେ ସର୍ବକାଳୀନ ମୃତ୍ୟୁ ରେକର୍ଡ, ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳେ appeared first on Odisha Reporter.



from Odisha Reporter https://ift.tt/3pF6G8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages