ମୁମ୍ୱାଇ : ଦିନେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଆପୋଜିଟରେ ସ୍କ୍ରିନ ସେୟାର କରୁଥିବା ହଟ୍ ଡିଭା ଲିଜା ହେଡେନ୍ ଏବେ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ୩୫ ବର୍ଷୀୟା ଲିଜା ଏକ ସାକ୍ଷାତକାରରେ ଚଳିତ ମାସ ନିଜ ତୃତୀୟ ସନ୍ତାନକୁ ଜନ୍ମ ଦେବେ ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଅଧିକାଂଶ ସମୟରେ ଲିଜା ନିଜ ବେବି ବମ୍ପ ସହ ଫଟୋ ସେଆର କରନ୍ତି। ଏହି ଫଟୋ କ୍ୟାପସନରେ ଲିଜା ଲେଖିଛନ୍ତି ‘ ମୁଁ ନିଜ ମହିଳା ସହିତ।
ଏହାର ଏକ ଭିଡିଓ ସେଆର କରି ଲିଜା ନିଜ ପୁଅକୁ ପଚାରୁଛନ୍ତି, ମମିର ଟମିରେ କଣ ଅଛି ଜାଣିଛକି, ଯାହାର ଉତ୍ତରରେ ତାଙ୍କ ପୁଅ ବେବି ସିଷ୍ଟର ବୋଲି କହୁଛି l କିଛି ଦିନ ପୂର୍ବେ ଲିଜା ସେଆର କରିଥିବା ଏହି ଫଟୋ ଓ ଭିଡିଓ ଖୁବ ଭାଇରଲ ହୋଇଥିବା ବେଳେ ଜଣେ ୟୁଜର ପଚାରିଥିଲେ ଲାଗୁଛି ଆପଣ ସବୁବେଳେ ପ୍ରେଗନେଟ ହେଉଛନ୍ତି, ଆପଣଙ୍କୁ କଣ ଏହା ବହୁ ପସନ୍ଦ l
ଏହାର କଡା ଜବାବ ଦେଇ ଲିଜା କହିଛନ୍ତି, ହଁ ମୋତେ ମା ହେବା ବହୁତ ପସନ୍ଦ l ଏହା ଏକ ବହୁତ ଖାସ ଅନୁଭବ l କିନ୍ତୁ ବହୁତ ହୋଇଗଲା l ଆଉ ନୁହେଁ l ତୃତୀୟ ସନ୍ତାନ ପରେ ମୁଁ ଜୀବନରେ ଆଗକୁ ବଢିବାକୁ ଚାହୁଁଛି l
୧୯୮୬ ମସିହାରେ ଚେନ୍ନାଇରେ ଜନ୍ମିତ ଲିଜାଙ୍କ ପୂରା ନାଁ ହେଉଛି ଏଲିଜାବେଥ ମେରୀ ହେଡେନ l ତାଙ୍କ ବାପା ତାମିଲ ହୋଇଥିବା ବେଳେ ମା ହେଉଛନ୍ତି ଅଷ୍ଟ୍ରେଲିଆନ l
ବଲିଉଡରେ ପାଦ ଥାପିବା ଆଗରୁ ଟପ ମଡେଲ ଥିବା ଲିଜା ୨୦୧୬ ମସିହାରେ ଡ଼ିନୋ ଲାଲବାନୀଙ୍କୁ ବିବାହ କରିଥିଲେ l ୨୦୧୭ ମସିହାରେ ପ୍ରଥମ ଥର ମା ହୋଇଥିବା ଲିଜା ୨୦୨୦ ମସିହାରେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। ଦ୍ୱିତୀୟ ପୁତ୍ର ସନ୍ତାନର ମା’ ଲିଜା ଏଥର କନ୍ୟା ସନ୍ତାନ ଜନ୍ମ ଦେବେ ବୋଲି ଫ୍ୟାନ୍ସଙ୍କୁ ଇସାରା ଦେଇଛନ୍ତି।
‘ଆୟେଶା’ ଫିଲ୍ମରେ ସୋନମ କପୁରଙ୍କ ସହ ସପୋର୍ଟିଂ ରୋଲରେ ବଲିଉଡରେ ପାଦ ଥାପିଥିବା ଲିଜା‘ କୁଇନ’ ଫିଲ୍ମରେ କଙ୍ଗନାଙ୍କ ସହ ନଜର ଆସିଥିଲେ l ଏହାବାଦ ‘ହାଉସଫୁଲ’ ସମେତ କେତେକ ମଲ୍ଟି ଷ୍ଟାରର ଫିଲ୍ମରେ ନିଜ ଗ୍ଲାମରର ତଡକା ଲଗାଇଥିଲେ ଲିଜା l
The post ସବୁବେଳେ ପ୍ରେଗନେଟ୍ ହେବା ଆପଣଙ୍କ ପସନ୍ଦ କି? ଜବାବ ଦେଲେ ଲିଜା appeared first on Odisha Reporter.
from Odisha Reporter https://ift.tt/3xs1UNX
No comments:
Post a Comment