ଟ୍ୱିଟର ଇଣ୍ଡିଆ ମୁଖ୍ୟ ଓ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ଟ୍ୱିଟର ଇଣ୍ଡିଆ ମୁଖ୍ୟ ଓ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ

ନୂଆଦିଲ୍ଲୀ: ଗାଜିଆବାଦ୍‌ର ମାରପିଟ ଭିଡିଓ ଘଟଣାରେ ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଆରଫା ଖାନୁମ ସେରୱାନି, ଟ୍ୱିଟର ଇଣ୍ଡିଆର ଆସିଫ ଖାନ ଓ ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ପୁଣିଥରେ ପୁଲିସ୍‌ରେ ଅଭିଯୋଗ କରାଯାଇଛି। ଦିଲ୍ଲୀର ତିଲକ ମାର୍ଗ ପୁଲିସ୍‌ ଷ୍ଟେସନରେ ଆଇନଜୀବୀ ଅମିତ ଆଚାର୍ଯ୍ୟ ଏପରି ଅଭିଯୋଗ କରିଛନ୍ତି।

ତେବେ କାହା ବିରୋଧରେ ଅଭିଯୋଗକୁ ଆଧାର କରି ଏଯାଏ ଏଫଆଇଆର ରୁଜୁ କରାଯାଇ ନାହିଁ। କିନ୍ତୁ ଦିଲ୍ଲୀ ପୁଲିସ୍‌ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ଗାଜିଆବାଦ ମାରପିଟ ଘଟଣାକୁ ନେଇ ଏଫଆଇଆର ରୁଜୁ କରାଯାଇଥିଲା। ଏଥିରେ ଟ୍ୱିଟର ଆଇଏନସି, ଟ୍ୱିଟର କମ୍ୟୁନିକେସନ୍ସ ଇଣ୍ଡିଆ, ନ୍ୟୁଜ ୱେବସାଇଟ ଦି ୱେର, ସାମ୍ବାଦିକ ମହମ୍ମଦ ଜୁବାଇର, ରାଣା ଆୟୁବ, କଂଗ୍ରେସ ନେତା ଶାମ ମହମ୍ମଦ, ସଲମନ ନିଜାମି, ମୁସକାରୀ ଉସମାନୀ ଓ ଲେଖକ ସବା ନକଭୀଙ୍କ ନାଁ ରହିଥିଲା।

ଟ୍ୱିଟର ଓ ଏଫଆଇଆରରେ ଥିବା ପ୍ରଖ୍ୟାତ ବ୍ୟକ୍ତିମାନେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ମାଡ଼ ମରାଯିବା ସହ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରାଯାଉଥିବା କଥା କହିବା ବେଳର ଭିଡିଓକୁ ଶେୟାର କରିଥିଲେ। ଏଫଆଇଆରରେ କୁହାଯାଇଛି ଯେ ଏହି ବ୍ୟକ୍ତିମାନେ ଭିଡିଓର ସତ୍ୟତା ନ ଜାଣି ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଓ ସମାଜର ଶାନ୍ତି ଭଙ୍ଗ କରିବାକୁ ଏହାକୁ ଶେୟାର କରିଥିଲେ।

ମଙ୍ଗଳବାର ରାତି ୧୧.୩୦ରେ ଜଣେ ସ୍ଥାନୀୟ ପୁଲିସ୍‌ଙ୍କ ଅଭିଯୋଗକ୍ରମେ ଗାଜିଆବାଦର ଲୋନି ପୁଲିସ୍‌ ଷ୍ଟେସନରେ ଏପରି ଏଫଆଇଆର ରୁଜୁ କରାଯାଇଛି। ଅନ୍ୟପକ୍ଷରେ ପ୍ରେସ କ୍ଲବ ଅଫ ଇଣ୍ଡିଆ ଏଫଆଇଆରରୁ ସାମ୍ବାଦିକମାନଙ୍କ ନାଁ ହଟାଇବାକୁ ଦାବି କରିଛନ୍ତି।

ଗାଜିଆବାଦ ପୁଲିସ୍‌ ପୂର୍ବାଗ୍ରହ ରଖି ମିଡିଆ ଓ ସମାଜରେ ଭୟର ବାତାବରଣ ସୃଷ୍ଟି କରିବାକୁ ଏଫଆଇଆର କରିଥିବା କ୍ଲବ ପକ୍ଷରୁ କୁହାଯାଇଛି। ଏଥିସହ ଉତ୍ତର ପ୍ରଦେଶ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।

The post ଟ୍ୱିଟର ଇଣ୍ଡିଆ ମୁଖ୍ୟ ଓ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/35v2LBK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages