ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଯୋଗୁ ଫଟୋଚିତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ଶିଳ୍ପୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ‘ବିଶ୍ୱ ଐତିହ୍ୟ ଗ୍ରାମ’ର ମାନ୍ୟତା ପାଇଥିବା ଏହି ଗାଁର ଶିଳ୍ପୀଙ୍କ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ବୁଧବାର ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅର୍ଥରାଶି ପ୍ରଦାନ କରିବା ସହ ରଘୁରାଜପୁରକୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ବିଶ୍ବ ଐତିହ୍ୟ ଗ୍ରାମ ରଘୁରାଜପୁରରେ ଗ୍ରାମବାସୀଙ୍କୁ କରୋନା ସମୟରେ ସାହାଯ୍ୟ ପ୍ରଦାନ ଉଦ୍ଦେଶ୍ୟରେ @Culturedeptt ପକ୍ଷରୁ ପାରମ୍ପରିକ ପଟ୍ଟଚିତ୍ର ଶିବିର 'ସପ୍ତରଙ୍ଗ' ଆୟୋଜିତ ହୋଇଥିଲା। ଅନ୍ତିମ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ଯୋଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରଙ୍କୁ ପ୍ରୋତ୍ସାହିତ କରିଥିଲେ। pic.twitter.com/KbWvkx75xV
— I & PR Department, Odisha (@IPR_Odisha) June 16, 2021
କରୋନା ସମୟରେ ଏହି ଗାଁର ଲୋକଙ୍କୁ ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଉଦ୍ୟମ। ଜୁନ ୮ ତାରିଖରୁ ୧୬ ତାରିଖ ଯାଏଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ‘ସପ୍ତରଙ୍ଗ’। ଏଥିରେ ଗାଁର ୧୫୦ ପରିବାର ଭାଗ ନେଇଥିଲେ। ପ୍ରତ୍ୟେକ ପରିବାର ନିଜ ଘର କାନ୍ଥରେ ୫୦ ବର୍ଗ ଫୁଟ୍ ଅଞ୍ଚଳରେ ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ। ଆଉ ଏହି କଳାକୃତୀକୁ ସ୍ୱୀକୃତି ସ୍ୱରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମରେ @Culturedeptt ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଓଡିଶା ଲଳିତ କଳା ଏକାଡେମୀ ସଭାପତି ଡଃ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ଦାସ, ପୁରୀ ଜିଲ୍ଲାପାଳ ଏବଂ ରଘୁରାଜପୁର ଗ୍ରାମ୍ଯ କମିଟି ସଭାପତି ଶ୍ରୀ ଲିଙ୍ଗରାଜ ସୁବୁଦ୍ଧି ଅଂଶଗ୍ରହଣ କରିଥିଲେ। pic.twitter.com/N3MzbE1AGm
— I & PR Department, Odisha (@IPR_Odisha) June 16, 2021
ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ପଟ୍ଟଚିତ୍ର ଶିବିର ‘ସପ୍ତରଙ୍ଗ’ର ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାରଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ଡଃ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସ, ପୁରୀ ଜିଲ୍ଲାପାଳ ଓ ରଘୁରାଜପୁର ଗ୍ରାମ କମିଟି ସଭାପତି ଲିଙ୍ଗରାଜ ସୁବୁଦ୍ଧି ଅଂଶଗ୍ରହଣ କରିଥିଲେ।
The post ‘ବିଶ୍ୱ ଐତିହ୍ୟ ଗ୍ରାମ’ ରଘୁରାଜପୁର ଶିଳ୍ପୀଙ୍କୁ ପ୍ରଦାନ କରାଗଲା ଆର୍ଥିକ ସହାୟତା appeared first on Odisha Reporter.
from Odisha Reporter https://ift.tt/3xqSkLl
No comments:
Post a Comment