ପ୍ୟାରିସ: ସଂକ୍ରମଣ ହ୍ରାସ ପାଇବା ସହ ଟିକାକରଣ ଜୋରଦାର ଚାଲିଥିବାରୁ ଫ୍ରାନ୍ସ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗତବର୍ଷ ଠାରୁ ଦେଶରେ ମାସ୍କ ପରିଧାନ ବାଧ୍ୟତାମକୂଳ କରାଯାଇଥିବା ବେଳେ ଏବେ ଏହାକୁ ହଠାଇ ଦିଆଯାଇଛି। ଆଜିଠାରୁ ଫ୍ରାନ୍ସର ସର୍ବସାଧାରଣ ସ୍ଥାନରେ ଆଉ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ସେହିପରି ସଂକ୍ରମଣ ହ୍ରାସ ପାଉଥିବାରୁ ଦେଶରେ ଲାଗୁ ହେଉଥିବା ନାଇଟ କର୍ଫ୍ୟୁକୁ ମଧ୍ୟ ୨୦ ତାରିଖ ଠାରୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯିବ।
ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ କାସଟେକ୍ସ କହିଛନ୍ତି, ଗୁରୁବାର ଠାରୁ ଦେଶରେ ଲାଗୁ ହୋଇଥିବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ହଟାଇ ଦିଆଯିବ। ତେବେ ଅତ୍ୟଧିକ ଗହଳୀ ଯଥା ଷ୍ଟାଡିୟମ ଓ ବଜାର ଭଳି ସ୍ଥାନରେ ଲୋକମାନେ ନିଜର ସୁରକ୍ଷା ଦୃଷ୍ଟିରୁ ମାସ୍କ ପରିଧାନ କରିବା ଉଚିତ। ଏଠାରେ ମାସ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ବାକି ସବୁ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ନୁହେଁ।
ସେହିପରି ଦୀର୍ଘ ୮ ମାସ ହେଲା ରାତି ୧୧ଟାରୁ ସକାଳ ଯାଏ ଲାଗୁ ହେଉଥିବା କର୍ଫ୍ୟୁକୁ ମଧ୍ୟ ରବିବାର ଠାରୁ ପ୍ରତ୍ୟାହାର କରାଯିବ। ପୂର୍ବରୁ ଏହା ୩୦ ତାରିଖରେ ହଟିବାର ଥିଲା। କିନ୍ତୁ ଦେଶରେ ଟିକାକରଣ କାର୍ଯ୍ୟ ବୃଦ୍ଧି ପାଇଥିବା ବେଳେ ସଂକ୍ରମଣ ହ୍ରାସ ପାଉଛି। ଏହି କାରଣରୁ ସରକାର ନାଇଟ କର୍ଫ୍ୟୁକୁ ୧୦ ଦିନ ଆଗରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଦେଶରେ ସ୍ୱାସ୍ଥ୍ୟଗତ ଜନିତ ପରିସ୍ଥିତି ଆଶା ଠାରୁ ଅଧିକ ବେଗରେ ସୁଧାରିବାରେ ଲାଗିଛି ବୋଲି ସେ କହିଛନ୍ତି।
ଏବେ ଫ୍ରାନ୍ସରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ମଙ୍ଗଳବାର ପ୍ରାୟ ୩୨୦୦ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହା ୨୦୨୦ ଅଗଷ୍ଟ ମାସ ପରେ ସବୁଠାରୁ କମ ଦୈନିକ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମେରିକା ସରକାର ମଧ୍ୟ ନିଜ ଦେଶରୁ ମାସ୍କ ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିଥିଲେ।
The post ଆଜିଠୁ ଏହି ଦେଶରେ ଆଉ ମାସ୍କ ବାଧ୍ୟତାମୂଳକ ନୁହେଁ, ୨୦ରୁ ହଟିବ ନାଇଟ କର୍ଫ୍ୟୁ appeared first on Odisha Reporter.
from Odisha Reporter https://ift.tt/3gCil3D
No comments:
Post a Comment