ରାଜ୍ୟରେ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା, ଜାଣନ୍ତୁ କେଉଁମାନେ ଉପକୃତ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ରାଜ୍ୟରେ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା, ଜାଣନ୍ତୁ କେଉଁମାନେ ଉପକୃତ ହେବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରମ୍ଭ ହୋଇଛି ‘ଆଶୀର୍ବାଦ’ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କରିଛନ୍ତି ଘୋଷଣା। ୨୦୨୦ ଏପ୍ରିଲ ପହିଲା ବା ତା’ପରେ ଉଭୟ ବାପା,ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷାଦୀଷା, ଭରଣପୋଷଣ ତଥା ଯତ୍ନ ପାଇଁ ଆରମ୍ଭ କରାଯାଇଛି ଏହି ଯୋଜନା।

ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ବାପା ଓ ମା’ ଉଭୟଙ୍କୁ ହରାଇ ଥିବା ପିଲା, ସିଙ୍ଗଲ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲା ଏବଂ ଉପାର୍ଜନକାରୀ ବାପା ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

‘ଆଶୀର୍ବାଦ’ ଯୋଜନା ଅନୁଯାୟୀ, ବାପା ଓ ମା’ ଉଭୟଙ୍କୁ ହରାଇ ଥିବା ପିଲା ଓ ସିଙ୍ଗଲ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲାଙ୍କ ଭରଣପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଦିଆଯିବ। ଏହି ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ଜମା କରି ଦିଆଯିବ। ପିଲାଟିକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ଯୋଗାଇ ଦିଆଯିବ। ସେହିଭଳି ପିଲାଟିକୁ ୧୮ ବର୍ଷ ହେବା ପୂର୍ବରୁ ଯଦି କେହି ତାକୁ ପୋଷ୍ୟ ଭାବରେ ଗ୍ରହଣ କରି ନିଅନ୍ତି, ତା’ହେଲେ ଏହି ସହାୟତା ପ୍ରଦାନ କରାଯିବ ନାହିଁ।

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ। ଆହୁରି ମଧ୍ୟ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହିଭଳି ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ।
ବାପାମା’ଙ୍କ ମୃତ୍ୟୁ ପୂର୍ବରୁ ପିଲାଟିଏ ଯେଉଁ ସ୍କୁଲରେ ପଢୁଥିଲା, ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବ। ଯଦି ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥା’ନ୍ତି, ତା’ହେଲେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡ଼େ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲାଟିର ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ। ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିଁବେ, ତା’ହେଲେ ପିଲାକୁ ଅନ୍ୟ ସ୍କୁଲରେ ପଢ଼ାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ।

ଏଭଳି ପିଲାମାନଙ୍କ ଉଚ୍ଚଶିଷା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍‌ ପ୍ୟାସେଜ୍‌ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ। ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥା’ନ୍ତି, ତା’ହେଲେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଘର ମଞ୍ଜୁର କରାଯିବ। ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥା’ନ୍ତି, ତା’ହେଲେ ସେମାନଙ୍କୁ ସେହି ସୁବିଧା ଯୋଗାଇ ଦିଆଯିବ।

ଏହି ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୁଲିସ୍‌ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ଭଲମନ୍ଦର ଖବର ନେବେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ ଜଷ୍ଟିସ୍ ଫଣ୍ଡରୁ ଆବଶ୍ୟକ ସ୍ଥଳେ ଏହି ପିଲା ମାନଙ୍କୁ ସହାୟତା ମିଳିପାରିବ।

ବାପା,ମା’ ଉଭୟଙ୍କୁ ହରାଇ ଥିବା ବା ସିଙ୍ଗଲ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଟ୍‌ରେ ରହନ୍ତି, ତା’ହେଲେ ସେହି କ୍ଷେତ୍ରରେ ପିଲାମାନଙ୍କ ବ୍ୟାଙ୍କ ଖାତାରେ ମାସିକ ୧୦୦୦ ଟଙ୍କା ଜମା କରାଯିବ। ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ପିଲାମାନଙ୍କ ଖାତାରେ ପ୍ରତ୍ୟେକ ମାସରେ ଏହି ରାଶି ଜମା କରାଯିବ। ସେମାନଙ୍କ ଅନ୍ୟାନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ। ସେହିପରି ସେମାନଙ୍କ ଶିଷା, ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରିଯିବ।

ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା ବା ମା’ଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ଜୀବିତ ଥିବା ବାପା ବା ମା’ ପାଖରେ ରହୁଥିବ, ସେ କ୍ଷେତ୍ରରେ ତାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତା’ର ଭରଣପୋଷଣ ପାଇଁ ଜୀବିତ ବାପା ବା ମା’ଙ୍କ ବ୍ୟାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଜମା କରାଯିବ। ପିଲାଟିକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି, ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ।

ପିଲାର ମା’ ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି, ତା’ହେଲେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ। ଏହା ବ୍ୟତୀତ ମାଗଣା ଶିଷା ଓ ସ୍ଵାସ୍ଥ୍ୟ ଵୀମା ସୁବିଧା ବି ମିଳିବ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍ଡ ଲାଇନ୍‌ ତଥା ପଞ୍ଚାୟତ ସ୍ତରୀୟ କମିଟି ଓ ବ୍ଲକ କମିଟିର ଫ୍ରଣ୍ଟଲାଇନ୍ ୱାର୍କର ସିଭିଲ୍‌ ସୋସାଇଟି ଜରିଆରେ ଏଭଳି ପିଲାମାନଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ। ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ DCPUଙ୍କୁ ଆବେଦନ କରିପାରିବେ।

ଅସମୟରେ ବାପାମା’ଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନାରୁ ବାଦ୍ ନ ପଡ଼ନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ୱତନ୍ତ୍ର ଅଭିଯାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

The post ରାଜ୍ୟରେ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା, ଜାଣନ୍ତୁ କେଉଁମାନେ ଉପକୃତ ହେବେ appeared first on Odisha Reporter.



from Odisha Reporter https://ift.tt/3gKaaCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages