‘ଏକାଠି ନିର୍ବାଚନ ଲଢ଼ିବା କଥା କହିଲେ, ଲୋକ ଜୋତାରେ ମାରିବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

‘ଏକାଠି ନିର୍ବାଚନ ଲଢ଼ିବା କଥା କହିଲେ, ଲୋକ ଜୋତାରେ ମାରିବେ’

ମୁମ୍ୱାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟ ସରକାରରେ ସାମିଲ୍ ଥିବା ଶିବସେନା ଏବଂ କଂଗ୍ରେସ ମଧ୍ୟରେ ଥିବା କନ୍ଦଳ ଜଳ ଜଳ କରି ଦେଖା ଦେଇଛି। କଂଗ୍ରେସ ଆଗାମୀ ଦିନରେ ଏକାକୀ ନିର୍ବାଚନ ଲଢିବ ବୋଲି କହିବା ପରେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ନେଇ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିବାଦର ସମାଧାନ ନକରି ଏକାକୀ ନିର୍ବାଚନ ଲଢ଼ିବା କଥା କହିଲେ ଲୋକମାନେ ଜୋତାରେ ମାରିବେ। କୌଣସି ନେତାଙ୍କ ନାମ କି ଦଳର ନା ନନେଇ ଏଭଳି କହିଛନ୍ତି ଉଦ୍ଧବ ଠାକରେ।

ଉଦ୍ଧବ ଠାକରେ କହିଛନ୍ତି, ଆମେ ଯଦି ସମସ୍ୟାର ସମାଧାନ ନକରି କେବଳ ରାଜନୀତି କରିବା ତାହେଲେ ଲୋକମାନେ ଆମକୁ ଜୋତାରେ ପିଟିବେ। ଆଉ ଲୋକମାନେ ଦଳର କଥା କିଛି ଶୁଣିବେନି। ନିକଟରେ ମୁମ୍ୱାଇର କଂଗ୍ରେସ ନେତା ମଧ୍ୟ କହିଥିଲେ ଶିବସେନା ସହିତ ହାତ ନମିଳାଇ ମୁମ୍ୱାଇର ପୌର ନିର୍ବାଚନ ଏକାକୀ ଲଢ଼ିବାକୁ ପ୍ରସ୍ତୁତ ହେଉଛି। ଶିବସେନାର ୫୫ ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ଧବ ଠାକରେ ଏଭଳି କହିଛନ୍ତି।

ସେ କହିଛନ୍ତି କୋଭିଡ ବେଳେ ସମସ୍ତ ରାଜନୀତିକ ଦଳ ସେମାନଙ୍କର ଆକାଂକ୍ଷାକୁ ଏଡ଼ାଇ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ। ଏବେ ଦେଶ ଆଗରେ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଦୁଇଟି ପ୍ରମୁଖ ପ୍ରସଙ୍ଗ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମେ ରାଜନୀତିକ ଶକ୍ତି ଚାହୁଁଛୁ ନା ଅନ୍ୟ କୌଣସି କାରଣ ପାଇଁ ତାହା ଏବେ ସ୍ଥିର କରିବାର ସମୟ ଆସିଛି। ଯଦି ଆମେ ଆମେ ଅର୍ଥନୀତିକ ଏବଂ ସ୍ୱାସ୍ଥ୍ୟର ସମାଧାନ ନକରି ପରସ୍ପର ଦୋଷ ଲଦାଲଦି ହୋଇ ରାଜନୀତି କରିବା ତାହେଲେ ଆମେ ହିଁ ଅସୁବିଧାରେ ପଡ଼ିବୁ ବୋଲି ସେ କହିଛନ୍ତି।।

ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି କୌଣସି ଦଳ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢ଼ିବାକୁ ଚାହୁଁଛି ତାହେଲେ ପ୍ରଥମେ ଲୋକଙ୍କୁ ଆତ୍ମବିଶ୍ୱାସ ଏବଂ ସାହସ ଦେବା ଉଚିତ। ନଚେତ ଲୋକମାନେ ପଚାରିବେ ସେମାନଙ୍କୁ ରୋଜଗାର, ଚାକିରି ଦେବା ପାଇଁ ଦଳର ଯୋଜନା କ’ଣ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ବାଚସ୍ପତି ତଥା ଏବେର ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି, ‘କଂଗ୍ରେସ ଏକାକୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବ। ଯଦି ହାଇ କମାଣ୍ଡ ନିଷ୍ପତ୍ତି ନିଏ, ତେବେ ମୁଁ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ପ୍ରସ୍ତୁତ। ପାଟୋଲଙ୍କ ଏହି ମନ୍ତବ୍ୟ ମେଣ୍ଟ ସରକାରରେ ଥିବା କନ୍ଦଳକୁ ସୂଚାଇଛି। ଦୀର୍ଘ ଦଶନ୍ଧି ଧରି ଶିବସେନା କଂଗ୍ରେସ ପରସ୍ପରର ବିରୋଧୀ। ୨୦୧୯ ବିଧାନସଭା ନିର୍ବାଚନ ପରେ ଶିବସେନା ବିଜେପି ସହିତ ମେଣ୍ଟରୁ ଓହରିଥିଲା। ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ନେତୃତ୍ୱରେ ଶିବସେନା ଓ କଂଗ୍ରେସ ଏକାଠି ହୋଇ ମେଣ୍ଟ ସରକାର ଗଠନ କରିଛନ୍ତି।

The post ‘ଏକାଠି ନିର୍ବାଚନ ଲଢ଼ିବା କଥା କହିଲେ, ଲୋକ ଜୋତାରେ ମାରିବେ’ appeared first on Odisha Reporter.



from Odisha Reporter https://ift.tt/2SbfPsM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages