ପ୍ରବଳ ବର୍ଷା: କୋଠା ଭୁଶୁଡ଼ିବାରୁ ଚାଲିଗଲା ୧୧ ଜୀବନ, ୮ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ପ୍ରବଳ ବର୍ଷା: କୋଠା ଭୁଶୁଡ଼ିବାରୁ ଚାଲିଗଲା ୧୧ ଜୀବନ, ୮ ଗୁରୁତର

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ ମୌସୁମୀ ଛୁଇଁବାର ପ୍ରଥମ ଦିନ ବର୍ଷାରେ ବେହାଲ ହୋଇଯାଇଛି। ବୁଧବାର ବିଳମ୍ୱିତ ରାତିରେ ଏକ ଚାରି ମହଲା ଆବାସିକ କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବୃହନମୁମ୍ୱାଇରେ ନଗର ନିଗମ (ବିଏମସି)ରେ ଏହି ଅଭାବନୀୟ ଘଟଣା ଘଟିଛି। ବିଳମ୍ୱିତ ରାତିରେ ମୁମ୍ୱାଇର ମଲାଡ ପଶ୍ଚିମରେ ଥିବା ନ୍ୟୁ କଲେକ୍ଟର ପରିସରରେ ଏହି ଅଘଟଣ ଘଟିଛି। ନ୍ୟୁ କଲେକ୍ଟର କମ୍ପାଉଣ୍ଡ ଅଞ୍ଚଳରେ ଥିବା ଏକ ଆବାସିକ କୋଠା ଭୁଶୁଡି ପଡ଼ିବାରୁ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି।

ବିଏମସି କହିଛି ଏହି କୋଠା ଭୁଶୁଡ଼ିବା ପରେ ପାଖରେ ଥିବା ଆଉ ଏକ କୋଠା ମଧ୍ୟ ଧସି ଯାଇଛି। ଯଦିଓ ଏହି କୋଠ ସମ୍ପୂର୍ଣ୍ଣ ଧସିନାହିଁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି କୋଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ କୋଠା ଭିତରେ କେହି ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଖୋଜି ବାହାର କରୁଥିବା ସୂଚନା ରହିଛି। ଆହତ ମାନଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦା ସିଦ୍ଦିକି କହିଛନ୍ତି ଯେ ରାତି ପ୍ରାୟ ୧୦ ଟା ବେଳେ ଏହି ଘଟଣା ଘଟିଛି। ଦୁଇଜଣ ବ୍ୟକ୍ତି କୋଠାରୁ ବାହାରି ଯିବାକୁ ତାଙ୍କୁ କହିଥିଲେ। ପରେ ସେ ଘର ବାହାରକୁ ଆସିଥିଲେ।  ଏହାପରେ ଏହି କୋଠାଟି ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ମୋଟ୍ ୩ଟି କୋଠା ଭୁଶୁଡ଼ି ପଡ଼ିଛି।

ମୁମ୍ବାଇର ୧୧ ନମ୍ୱର ଜୋନର ଡିସିପି ବିଶାଲ ଠାକୁର କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସମେତ ମୋଟ୍ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଠା ତଳେ ଅନେକ ଲୋକ ଫସି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ଟିମ୍ ନିୟୋଜିତ ଅଛି। ଘଟଣାସ୍ଥଳରେ ରାଜ୍ୟ ସରକାରର ମନ୍ତ୍ରୀ ଅସଲମ ଶେଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

The post ପ୍ରବଳ ବର୍ଷା: କୋଠା ଭୁଶୁଡ଼ିବାରୁ ଚାଲିଗଲା ୧୧ ଜୀବନ, ୮ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3g6ZcaQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages