୧୦ ଜୁନ୍‌, ଗୁରୁବାର: ବନ୍ଧୁମାନେ ଅପମାନିତ କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

୧୦ ଜୁନ୍‌, ଗୁରୁବାର: ବନ୍ଧୁମାନେ ଅପମାନିତ କରିପାରନ୍ତି

ମେଷ: ନୂଆ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟର ହାତ ବଢ଼ାଇବେ।

ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ବନ୍ଧୁମାନେ ଅପମାନିତ କରିପାରନ୍ତି।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କାର୍ଯ୍ୟରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ।

କର୍କଟ: ସୁସମାଚାର ଶୁଣି ଆନନ୍ଦିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତି ଯୋଗ ରହିଛି।

ସିଂହ: ପୂର୍ବରୁ ଲାଗି ରହିଥିବା ବାଦବିବାଦର ସମାଧାନ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ।

କନ୍ୟା: ଜଗରଖି ଚଳନ୍ତୁ। ବାଦବିବାଦରେ ଛନ୍ଦି ହୋଇପାରନ୍ତି। ସନ୍ତାନସନ୍ତତିଙ୍କ କର୍ମକୁ ନେଇ ଚିନ୍ତିତ ହେବେ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆୟ ମଧ୍ୟମ ଧରଣର ହେବ। ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।

ବିଛା: ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ଧନୁ: ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଧନକୁ ନେଇ ପରିବାରରେ ବିବାଦ ଦେଖା ଦେଇପାରେ।

ମକର: ବହୁଦିନର ଆଶା ପୂରଣ ହେବ। ମାନସମ୍ମାନ ବଢ଼ିବ। ମହିଳାମାନେ ଆଦର ପାଇବେ।

କୁମ୍ଭ: ଅଟକି ଥିବା କାମକୁ ପୁଣି ଆରମ୍ଭ କରିବେ। ବ୍ୟବସାୟରେ ଆୟ ବଢ଼ିବ। ପୂର୍ବ ଯୋଜନାକୁ ପରିବର୍ତ୍ତନ କରି ପ୍ରଶଂସିତ ହେବେ।

ମୀନ: ଧନଲାଭ ଯୋଗ ରହିଛି। ସୁସ୍ଥ ରହିବେ। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଯୋଜନା କରିବେ।

The post ୧୦ ଜୁନ୍‌, ଗୁରୁବାର: ବନ୍ଧୁମାନେ ଅପମାନିତ କରିପାରନ୍ତି appeared first on Odisha Reporter.



from Odisha Reporter https://ift.tt/3pDlG6w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages