ପୁଣି ବଢ଼ିଲା ଏହି ରାଜ୍ୟରେ ସଂକ୍ରମିତ ସଂଖ୍ୟା, ଡେଲଟା ପ୍ଲସର ପ୍ରଭାବ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ପୁଣି ବଢ଼ିଲା ଏହି ରାଜ୍ୟରେ ସଂକ୍ରମିତ ସଂଖ୍ୟା, ଡେଲଟା ପ୍ଲସର ପ୍ରଭାବ କି?

ମୁମ୍ୱାଇ: ସାରା ଦେଶରେ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତା ବଢ଼ାଉଥିବାବେଳେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିବା ପରେ ଏପରି ଆଶଙ୍କା ବୃଦ୍ଧି ପାଇଛି। ଡେଲଟା ପ୍ଲସ ଭେରିଆଣ୍ଟ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଦେଖିବାକୁ ମିଳିଛି। ଯଦିଓ ଏବେ ଦୈନିକ ସଂକ୍ରମିତ ସଂଖ୍ୟା ୧୦ ହଜାର ତଳେ ରହିଛି ହେଲେ ନିକଟରେ ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିଛି। ଗୁରୁବାର ରାଜ୍ୟରେ ୯,୮୪୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ୬,୦୦୭,୪୩୧ ଜଣ ମୋଟ୍ ସଂକ୍ରମିତଙ୍କ ହୋଇଛନ୍ତି। ସେଥିମଧ୍ୟରୁ ଏବେ ୧୨୧,୭୬୭ ଜଣ ଚିକିତ୍ସାଧୀନ ରହିଛନ୍ତି। ମୋଟ୍ ୧୧୯,୮୫୯ ଜଣ ଆଖି ବୁଜିଛନ୍ତି। ପୁଣରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ମୁମ୍ୱାଇରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଏହି ମହାମାରୀରେ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଏବେ ରାଜ୍ୟରେ ଆରୋଗ୍ୟ ହାର ୯୫.୯୩ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ଏବେ ୨ ପ୍ରତିଶତ ରହିଛି। ଗୁରୁବାର ପ୍ରକାଶ ପାଇଥିବା କରୋନା ବୁଲେଟିନ୍ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୯,୩୭୧ ଜଣ କୋଭିଡରୁ ଆରୋଗ୍ୟ ହୋଇଛନ୍ତି।

ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାତୋଟି ଜିଲ୍ଲାର ସ୍ଥାନୀୟ ପ୍ରଶାସନ ସହିତ ଏକ ବୈଠକ କରିଥିଲେ। ଯେଉଁଥିରେ କୋଭିଡ-୧୯ର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଯୋଜନା ପ୍ରସ୍ତୁତ କରିବାକୁ ସେ କହିଛନ୍ତି। ଡେଲଟା ପ୍ଲସ୍ ଭେରିଆଣ୍ଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପଞ୍ଚ ସ୍ତରୀୟ ଯୋଜନା ଅଧୀନରେ ରଖି ଅଧିକ ଢ଼ିଲା ଦେଇ ରିସ୍କ ନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବର୍ଷ ମାର୍ଚ୍ଚରେ ଭାରତରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ମହାରାଷ୍ଟ୍ର ସର୍ବଦା କୋଭିଡର ହଟସ୍ପଟ୍ ରହିଛି। କରୋନାର ଦ୍ୱିତୀୟ ଲହରରରେ ମଧ୍ୟ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ପ୍ରଥମ ସଂକ୍ରମଣ ପୁଣେରେ ୯ ମାର୍ଚ୍ଚ ୨୦୨୦ରେ ଚିହ୍ନଟ ହୋଇଥିଲା।

The post ପୁଣି ବଢ଼ିଲା ଏହି ରାଜ୍ୟରେ ସଂକ୍ରମିତ ସଂଖ୍ୟା, ଡେଲଟା ପ୍ଲସର ପ୍ରଭାବ କି? appeared first on Odisha Reporter.



from Odisha Reporter https://ift.tt/2UDzMJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages