ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଆନନ୍ଦପୁର(ମୁନା ସିଂ):  ସୁସ୍ଥ ହୋଇଥିବା ଜଣେ କୋଭିଡ ଆକ୍ରାନ୍ତଙ୍କୁ ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ିଦେଲା ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ବ୍ୟକ୍ତିଜଣକ। ଏଭଳି ଅଭାବନୀୟ କାଣ୍ଡ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି।

ଆନନ୍ଦପୁର ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତି କେନ୍ଦୁଝରରେ ରହି ଚିକିତ୍ସିତ ହେଉଥିଲା । ସୁସ୍ଥ ହେବା ପରେ ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇଥିଲା। ମାତ୍ର ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ପ୍ରାୟ ୪୦ କିମି ଦୂର ଜଙ୍ଗଲ  ମଝିରେ ଛାଡି ଚାଲିଗଲା  ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର ।

୨୦ ନଂ ଜାଜୀୟ ରାଜପଥର ଅଟେଇ ଜଙ୍ଗଲ ଅଧୀନ  କୁମୁଡ ଛକଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଡିରୁ ତଳକୁ ଓହ୍ଲାଇ ଦେଇ ଗାଡି ଧରି ପଳାଇଲା ଡ୍ରାଇଭର।   ବ୍ୟକ୍ତିଜଣକ ପ୍ରାୟ ୨ ଘଣ୍ଟା ପାଖାପାଖି ଅପେକ୍ଷା କରିବା ପରେ ମଧ୍ୟ ଡ୍ରାଇଭରଙ୍କ ପତ୍ତା ପାଇଲା ନାହିଁ। ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷପ ଫଳରେ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରୁ ଅନ୍ୟ  ଏକ ଆମ୍ବୁଲାନ୍ସ ଆସି ତାଙ୍କୁ ନେଇ ଘରେ ଛାଡ଼ିଛି।

ଏନେଇ  ଭାସ୍କର ସାହୁ  କହିଛନ୍ତି,  କେନ୍ଦୁଝରରେ ଥିଲି। ଗାଡ଼ି ଡ୍ରାଇଭର ବାଟରେ ନିଶାସକ୍ତ ହୋଇ  ଶୋଇ ପଡ଼ିଲା। କିଛି ସମୟରେ ଉଠି ପୁଣି କୁଆଡ଼େ ପଳାଇଲା। ମୁଁ ଅପେକ୍ଷା କରିଛି, ଆଉ ତା’ର ଦେଖା ମିଳୁନି।

ରୋଗୀଜଣକ କୁମୁଡ ଛକଠାରେ ଛିଡ଼ା ହୋଇଥିବା ଖବର ପାଇ ଏଠାକୁ ଆସିଛି। ତାଙ୍କୁ ନେଇ ତାଙ୍କ ଗାଁରେ ଛାଡ଼ିବି ବୋଲି କହିଛନ୍ତି ଘରେ ପହଞ୍ଚାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ବିନୋଦ ବିହାରୀ ସାହୁ।

ଆମ୍ବୁଲାନ୍ସ ଚଳାଇବା ପରି ଗୁରୁଦାୟିତ୍ୱ ନ୍ୟସ୍ତ ଥିବା ସତ୍ତ୍ୱେ ସମ୍ପୃକ୍ତ ଡ୍ରାଇଭର ଡ୍ୟୁଟିରେ ଥାଇ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଅଧା ବାଟରେ ଛାଡ଼ି ଚାଲିଯିବା ଏକ ସ୍ପର୍ଶକାତର ଘଟଣା। ଏପରି କର୍ମଚାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।

The post ଘର ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/3jbPzcN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages