ସୀମା ଲଂଘିଲା ବର୍ବର କାଣ୍ଡ: ଦାନ୍ତ ଭାଙ୍ଗି ଦେଲେ, ପିଟି ପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ସୀମା ଲଂଘିଲା ବର୍ବର କାଣ୍ଡ: ଦାନ୍ତ ଭାଙ୍ଗି ଦେଲେ, ପିଟି ପିଟି ମାରିଦେଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସୀମା ଲଂଘିଲା ବର୍ବର କାଣ୍ଡ । ଗୁଣି ଗାରେଡ଼ି ସନ୍ଦେହରେ ଦିନ ଦ୍ୱିପ୍ରହରରେ ଶହ ଶହ ଲୋକଙ୍କ ସମ୍ମୁଖରେ ଉତ୍ତ୍ୟକ୍ତ ଗ୍ରାମବାସୀ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି ଏପରି ଲୋମ ଟାଙ୍କୁରା ଅମାନବୀୟ କାଣ୍ଡ।

ଗତ ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ଏହାର ଭିଡିଓ  ଭାଇରାଲ ହୋଇଛି ।  ଗୁଣି ଗାରେଡି ସନ୍ଦେହରେ ଉତ୍ତ୍ୟକ୍ତ ଗ୍ରାମବାସୀ ୩ ଜଣ  ଏନ୍.ଭେଙ୍କଟରମଣ, ଭୀମରାଜୁ ରେଡ୍ଡି ଓ ପି.ଧବଳେଶ୍ୱରଙ୍କୁ  ନିର୍ଧୂମ ପିଟିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲା । ଏନ୍.ଭେଙ୍କଟରମଣଙ୍କୁ ଏକ ଚିମୁଟା ଦ୍ୱାରା ନିଜ ଦାନ୍ତ ଭାଙ୍ଗିବାକୁ କୁହାଯାଇଥିଲା । ସେ ନିଜେ ଦାନ୍ତ ଭାଙ୍ଗି ନପାରିବାରୁ ଅନ୍ୟଜଣଙ୍କ ଦ୍ୱାରା ଭେଙ୍କଟରମଣଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ ଗ୍ରାମବାସୀ । ଏହାପରେ ତାଙ୍କୁ ବିଷ୍ଟା ଖାଇବାକୁ ବାଧ୍ୟ କରାଯାଇଥିଲା ।

ଗ୍ରାମବାସୀ ମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ଏନ୍. ଭେଙ୍କଟରମଣଙ୍କର ମୃତ୍ୟୁ  ହୋଇଥିଲା।    ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି  । ଭେଙ୍କଟରମଣଙ୍କ ହତ୍ୟା ଓ ଅନ୍ୟ ଦୁଇ ଜଣଙ୍କୁ ବର୍ବର ଆକ୍ରମଣ ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ମୁକସାକ୍ଷୀ ପାଲଟିଥିବା ଭିଡିଓରେ ଦେଖିବାକୁ ମିଳିଛି ।

The post ସୀମା ଲଂଘିଲା ବର୍ବର କାଣ୍ଡ: ଦାନ୍ତ ଭାଙ୍ଗି ଦେଲେ, ପିଟି ପିଟି ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/3dlCI48

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages