ନୂଆଦିଲ୍ଲୀ: ଗୋଟିଏ ଦିନର ବିରତି ପରେ ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ଘଟିଛି। ଆଜି ତୈଳଦର ବିଭିନ୍ନ ସ୍ଥାନରେ ୨୫ରୁ ୨୮ ପଇସା ଲେଖାଏ ମହଙ୍ଗା ହୋଇଛି। ଫଳରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଏକାଧିକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲର ଦାମ ମଧ୍ୟ ସେଞ୍ଚୁରୀ ପାଖରେ ପହଞ୍ଚି ଗଲାଣି।
ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଛି। ଏଠାରେ ଆଜି ସକାଳୁ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୬୩ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏହା ୧୦୩.୩୬ ଟଙ୍କା ରହିଥିଲା। ଏହାର ଅର୍ଥ ପେଟ୍ରୋଲ ୨୭ ପଇସା ମହଙ୍ଗା ହୋଇଛି।
ଦେଶର ପ୍ରଥମ ମେଟ୍ରୋ ଭାବେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ମେ’ ୨୯ରେ ୧୦୦ ପାର କରିଥିଲା। ଏଠାରେ ଡିଜେଲର ଲିଟର ପିଛା ଦାମ ଆଜି ୨୮ ପଇସା ମହଙ୍ଗା ହୋଇଛି। ଏହି କାରଣରୁ ଆଜି ଏହାର ଲିଟର ପିଛା ଦାମ ୯୫.୭୨ ଟଙ୍କା ଛୁଇଁଛି। ଗତକାଲି ଏହା ୯୫.୪୪ ଟଙ୍କା ଥିଲା।
ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୨୮ ପଇସା ଓ ଡିଜେଲର ଲିଟର ପିଛା ଦାମ ୨୬ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୯୭.୫୦ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୮.୨୩ ଟଙ୍କାରେ ପହଞ୍ଚି ଯାଇଛି।
ଚେନ୍ନାଇରେ ବି ପେଟ୍ରୋଲ ଓ ଡିଜେଲ ୨୫ ପଇସା ଲେଖାଏ ମହଙ୍ଗା ହୋଇଛି। ଆଜି ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୯୮.୬୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୮୩ ଟଙ୍କାରେ ବିକ୍ରି ହେଉଛି।
୨୬ ପଇସା ମହଙ୍ଗା ସହ କୋଲକତାରେ ଡିଜେଲ ଦାମ ୯୧ ଟଙ୍କା ଅତିକ୍ରମ କରିଛି। ସେହିପରି ପେଟ୍ରୋଲର ଲିଟର ପିଛା ଦର ୨୬ ପଇସା ବଢ଼ିଛି। ଫଳରେ କୋଲକାତାରେ ଆଜି ଡିଜେଲର ଲିଟର ପିଛା ଦାମ ୯୧.୦୮ ଟଙ୍କା ଓ ପେଟ୍ରୋଲର ଦର ୯୭.୩୮ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ପେଟ୍ରୋଲର ଲିଟର ପିଛା ଦାମ ୯୮.୨୭ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୧୫ ଟଙ୍କାରେ ବିକ୍ରି ହେଉଛି।
The post ଗୋଟିଏ ଦିନ ପରେ ପୁଣି ବଢ଼ିଲା ତୈଳ ଦର, ଏବେ ରେକର୍ଡ ସ୍ତରରେ ପହଞ୍ଚିଲା ଦାମ appeared first on Odisha Reporter.
from Odisha Reporter https://ift.tt/3d0SS2M
No comments:
Post a Comment