ଚିନ୍ତା ବଢ଼ାଇଲା ଡେଲ୍ଟା ପ୍ଲସ ଭାରିଏଣ୍ଟ, ଏହି ରାଜ୍ୟରୁ ଆସିଲା ୨୧ କେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଚିନ୍ତା ବଢ଼ାଇଲା ଡେଲ୍ଟା ପ୍ଲସ ଭାରିଏଣ୍ଟ, ଏହି ରାଜ୍ୟରୁ ଆସିଲା ୨୧ କେସ୍‌

ମୁମ୍ବାଇ: ପୁଣିଥରେ କରୋନାର ନୂଆ ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଦେଶରେ ତାଣ୍ଡବ ରଚିଥିବା କରୋନାର ଡେଲ୍ଟା ଭରିଏଣ୍ଟ ଏବେ ମ୍ୟୁଟେସନ ହୋଇ ଡେଲ୍ଟା ପ୍ଲସର ରୂପ ଧାରଣ କରିଛି। ଏହି ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ଧୀରେଧୀରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି।

ଦ୍ୱିତୀୟ ୱେଭରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ୨୧ଟି ଡେଲ୍ଟା ପ୍ଲସ ଭାରିଏଣ୍ଟ କେସ୍‌ ସାମ୍ନାକୁ ଆସିଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଡେଲ୍ଟା ପ୍ଲସ ଭାରିଏଣ୍ଟ ସମ୍ପର୍କରେ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ଜନୋମ ସିକ୍ୱେନ୍ସିଂ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଜିଲ୍ଲାରୁ ଏଥିପାଇଁ ୧୦୦ଟି ଲେଖାଏ ନମୁନା ସଂଗ୍ରହ କରାଯାଇଥିଲା। ମେ’ ୧୫ରୁ ଇତି ମଧ୍ୟରେ ୭୫୦୦ ନମୁନା ସଂଗ୍ରହ ହୋଇଥିଲା ଓ ଏହା ମଧ୍ୟରୁ ୨୧ ଜଣ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ରତ୍ନଗିରିରେ ୯ ଜଣ, ଜଲଗାଓଁରେ ୭, ମୁମ୍ବାଇରେ ୨, ପାଲଘର, ସିଦ୍ଧୁଦୁର୍ଗ ଏବଂ ଥାଣେରେ ଜଣେ ଲେଖାଏ ଲୋକ ଡେଲ୍ଟା ପ୍ଲସ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସଂକ୍ରମିତଙ୍କ ତଥ୍ୟ ହାସଲ କରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଆରମ୍ଭ କରିଛନ୍ତି। ଚିନ୍ତା କରିବାର କୌଣସି କାରଣ ଏଯାଏ ଆସି ନଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଡେଲ୍ଟା ଭାରିଏଣ୍ଟର ନୂଆ ରୂପ ହେଉଛି ଡେଲ୍ଟା ପ୍ଲସ। ଡେଲ୍ଟା ଭାରିଏଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଏହି ଡେଲ୍ଟା ଭାରିଏଣ୍ଟ ପାଇଁ ଦେଶରେ କରୋନା ଦ୍ୱିତୀୟ ୱେଭ ସାମ୍ନାକୁ ଆସିଥିଲା। ଏବେ ଭାରତ ସମେତ ଏକାଧିକ ଦେଶରେ ଡେଲ୍ଟା ଭାରିଏଣ୍ଟ ଚିହ୍ନଟ ହେବାରେ ଲାଗିଛି।

The post ଚିନ୍ତା ବଢ଼ାଇଲା ଡେଲ୍ଟା ପ୍ଲସ ଭାରିଏଣ୍ଟ, ଏହି ରାଜ୍ୟରୁ ଆସିଲା ୨୧ କେସ୍‌ appeared first on Odisha Reporter.



from Odisha Reporter https://ift.tt/3d2grrR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages