ନୂଆଦିଲ୍ଲୀ: ସାମ୍ବାଦିକ ବିନୋଦ ଦୁଆଙ୍କୁ ଆଶ୍ୱସ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ହିମାଚଳ ପ୍ରଦେଶରେ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ଜଣେ ବିଜେପି ନେତାଙ୍କ ଏଫଆଇଆର ଆଧାରରେ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ବିନୋଦ ଦୁଆ ତାଙ୍କର ଏକ ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ହିଂସାକୁ ଉସକାଇବା ଭଳି କଥା କହିଥିଲେ ଅଭିଯୋଗ କରି ବିଜେପି ନେତା ଏଫଆଇଆର ଦାଖଲ କରିଥିଲେ। ପରେ ହିମାଚଳ ପ୍ରଦେଶ ସରକାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ। ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ ଦୁଆ।
ଏହି ଘଟଣାରେ ହିମାଚଳ ପ୍ରଦେଶ ପୁଲିସକୁ କୌଣସି ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେବାକୁ ଦୁଆଙ୍କର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ୧୯୬୨ରେ ବିହାର ସରକାର ଏବଂ କେଦାର ନାଥ ଜଜମେଣ୍ଟ ଅନୁଯାୟୀ ସମସ୍ତ ସାମ୍ୱାଦିକ ସୁରକ୍ଷା ପାଇବାକୁ ହକଦାର ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି।
ମେ ୬ ରେ ବିଜେପି ନେତା ଶ୍ୟାମ ଦୁଆଙ୍କର ଏକ ୟୁଟ୍ୟୁବ କାର୍ଯ୍ୟକ୍ରମ ସଂପର୍କରେ ଶିମଲାର କୁମାରସେନ ଥାନାରେ ଦୁଆଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଆବେଦନକାରୀ ଦାଖଲ କରି କହିଥିଲେ ଯେ ବିନୋଦ ଦୁଆ ତାଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମ ‘ବିନୋଦ ଦୁଆ ସୋ’ରେ ବିବାଦୀୟ ଶବ୍ଦ କହିଥଲେ ଯାହା ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା।
ଗତ ବର୍ଷ ଅକ୍ଟୋବର ୬ରେ ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଭିନେଟ ସରଣଙ୍କ ଏକ ବେଞ୍ଚ ଏହି ଘଟଣାରେ ବିନୋଦ ଦୁଆ, ହିମାଚଳ ପ୍ରଦେଶ ସରକାର ଏବଂ ଅଭିଯୋଗକାରୀଙ୍କ ପକ୍ଷ ଶୁଣିବା ପରେ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଜୁଲାଇ ୨୦ ଯାଏ ଏହି ମାମଲାରେ ବିନୋଦ ଦୁଆଙ୍କ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନି ବୋଲି କୋର୍ଟ କହିଥିଲେ।
ସୂଚନାଯୋଗ୍ୟ, ବିନୋଦ ଦୁଆ ତାଙ୍କ ୟୁଟ୍ୟୁବ କାର୍ଯ୍ୟକ୍ରମରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ପାଇବା ପାଇଁ “ମୃତ୍ୟୁ ଏବଂ ଆତଙ୍କୀବାଦୀ ଆକ୍ରମଣ”କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଗତବର୍ଷ କେନ୍ଦ୍ର ସରକାର ସିଏଏ ବିଲ୍ ସଂସଦରେ ଆଣିଥିଲେ। ଏହାକୁ ବିରୋଧ କରି ଦିଲ୍ଲୀରେ ହିଂସା ହୋଇଥିଲା। ୪ ଫେବୃଆରୀ ୨୦୨୦ ସୁଦ୍ଧା ଏହି ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ସ ଆହତ ହୋଇଥିଲେ।
ତେବେ ବିନୋଦ ଦୁଆଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ରୋକ ଲାଗିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିନୋଦ ଦୁଆ କିନ୍ତୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ରଦ୍ଦ କରିବାକୁ କୋର୍ଟରେ ଆବେଦନ କରିଥିଲେ। ସେ କହିଥିଲେ ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସାମ୍ୱାଦିକଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପାଇଁ ହାଇକୋର୍ଟର ଏକ ପ୍ୟାନେଲ ଅନୁମତି ଦେବା ଦରକାର। ହେଲେ କୋର୍ଟ ଏଭଳି ଆବେଦନକୁ ଖାରଜ କରି ଦେଇଛନ୍ତି। ବିନୋଦ ଦୁଆ କହିଛନ୍ତି ଯେ ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ଗଣମାଧ୍ୟମର ସ୍ୱାଧୀନତା ଏକ ମୌଳିକ ଅଧିକାର।
The post ସାମ୍ୱାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ appeared first on Odisha Reporter.
from Odisha Reporter https://ift.tt/3pfPDJC
No comments:
Post a Comment