ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ମିଳିବା ପରେ ୨୬ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଅକ୍ଳାନ୍ତ ପରିଶ୍ରମ କରାଯିବା ପରେ ରାତି ୧୨.୩୯ରେ ନିଆଁକୁ ଆୟତ୍ତ କରାଯାଇଥିଲା।
ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ସେହିପରି ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ଫ୍ରିଜ୍ରେ ଶର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏମ୍ସର ୯ମ ମହଲାରେ ଥିବା କୋଭିଡ ସାମ୍ପଲିଂ ହେଉଥିବା ସ୍ଥାନରେ ପ୍ରଥମେ ନିଆଁ ଲାଗିଥିଲା।
ନିଆଁ ଲାଗିବା ସ୍ଥାନରେ କୌଣସି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କ ନଥିଲେ। ନିଆଁ ଲାଗିବା ଦ୍ୱାରା ଏଠାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ତା’ର ଯାଞ୍ଚ କରାଯାଉଥିବା ଡେପୁଟି ଅଗ୍ନିଶମ ଅଧିକାରୀ ସୁନୀଲ ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ରାତି ପ୍ରାୟ ୧୦.୨୫ ମିନିଟରେ ଅଗ୍ନିଶମ କଣ୍ଟ୍ରୋଲ ରୁମ ନିଆଁ ଲାଗିବା ସମ୍ପର୍କରେ ଖବର ପାଇଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
The post ଏମ୍ସରେ ଲାଗିଲା ଭୟଙ୍କର ନିଆଁ appeared first on Odisha Reporter.
from Odisha Reporter https://ift.tt/3cK1wSX
No comments:
Post a Comment