ପ୍ରଥମରୁ ୮ମ ଶ୍ରେଣୀ ପିଲା ୟୁଟ୍ୟୁବରେ ପଢ଼ିବେ ପାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ପ୍ରଥମରୁ ୮ମ ଶ୍ରେଣୀ ପିଲା ୟୁଟ୍ୟୁବରେ ପଢ଼ିବେ ପାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି। ଘରେ ରହି ପାଠ ପଢ଼ୁଛନ୍ତି। ସ୍କୁଲ ଖୋଲିବାରେ ବିଳମ୍ୱ ହେଉଥିବାରୁ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୟୁଟ୍ୟୁବରେ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ you tube live class ମାଧ୍ୟମରେ ପାଠ ପଢ଼ାଯିବ। ସେଥିପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ।

ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏ ଅଧ ଘଣ୍ଟାଏ ଲେଖା କ୍ଲାସ ହେବ। ସେହିପରି ଚତୁର୍ଥରୁ ଅଷ୍ଟମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ ଟା ୩୦ ଯାଏ କ୍ଲାସ ହେବ। ପ୍ରତି କ୍ଲାସ ଅଧଘଣ୍ଟା ଲେଖାଏଁ ଚାଲିବ। You tube class ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକମାନଙ୍କୁ You Tube live class ପାଇଁ ଚୟନ କରିବେ। କେତେ ସଂଖ୍ୟକ ପିଲା Live Class ରେ ଉପସ୍ଥିତ ରହୁଛନ୍ତି, ତାର ମଧ୍ୟ ଡାଟା ରଖିବାକୁ ନିର୍ଦେଶ ରହିଛି।

ସେପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ଅନୁଷ୍ଠିତ ହେବ। ରାତି ୯ରୁ ୧୦ଟା ଯାଏ ଭିଡ଼ିଓ କ୍ଲାସ ର ପ୍ରସାରଣ ହେବ।

ସୂଚନାରୁ ପ୍ରକାଶ, ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ପାଠ ପଢ଼ାଉଥିଲେ। ଏଥିପାଇଁ ନେଟ୍‌ୱର୍କ  ପ୍ରତିବନ୍ଧକ ସାଜିଥିଲା। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଠିକ୍‌ ଭାବେ ନେଟ୍‌ୱର୍କ ପାଉନଥିବାରୁ ପିଲାମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ପିଲାମାନେ କେଉଁ ଗଛରେ ମଞ୍ଚା ବାନ୍ଧି ବସି ପାଠ ପଢ଼ୁଥିଲେ ତ ଆଉ କେଉଁ ବହୁ ଗାଁ ମୁଣ୍ଡ ମୁଣ୍ଡିଆକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଡିଜିଟାଲ୍‌ ସେବା ପଦାରେ ପଡ଼ିଥିଲା। ରାଜ୍ୟ ସରକାର ଏହି ଅପବାଦରୁ ମୁକୁଳି ନଥିବା ବେଳେ ପୁଣି ୟୁଟ୍ୟୁବ୍‌ରେ ପାଠ ପଢ଼ାଇବାର ବ୍ୟବସ୍ଥା କରୁଛନ୍ତି। ଭବିଷ୍ୟତରେ ସମୟ କହିବ, ସରକାରଙ୍କ ଏହି ସେବା କେତେଦୂର ଫଳପ୍ରଦ ହେଉଛି।

The post ପ୍ରଥମରୁ ୮ମ ଶ୍ରେଣୀ ପିଲା ୟୁଟ୍ୟୁବରେ ପଢ଼ିବେ ପାଠ appeared first on Odisha Reporter.



from Odisha Reporter https://ift.tt/3gCL9sB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages