କେନ୍ଦୁଝର (ପ୍ରଣୟ କୁମାର ପାଣି ): ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କେନ୍ଦୁଝର ଜିଲ୍ଲା ବଲାଣି ପୁଲିସ୍। ଗିରଫ ଅଭିଯୁକ୍ତର ନାଁ ରୂପ ସିଂ ସିଧୁ।
ଗତ ୭ ତାରିଖରେ କଲାଣି ଥାନା ଅନ୍ତର୍ଗତ କିରିବୁରୁ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ରୂପ ସିଂ ନିଜ ଶାଳୀ ଓ ଶାଶୁଙ୍କ ସହ ଜଙ୍ଗଲକୁ ଯାଇଥିଲା। ସେଠାରେ କୌଣସି କଥାକୁ ନେଇ ଶାଳୀ ସହିତ ତା’ର ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ରୂପ ସିଂ ତା’ ଶାଳୀକୁ ଆକ୍ରମଣ କରି ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ପରେ ମୃତଦେହକୁ ୨ ଶହ ଫୁଟ ଘାଟି ତଳକୁ ଫିିଙ୍ଗି ଦେଇଥିଲା। କିନ୍ତୁ ଏତିକିରେ ରୂପ ସିଂର ରାଗ ଥମି ନ ଥିଲା l
ଏହାପରେ ସାଙ୍ଗରେ ଯାଇଥିବା ଶାଶୁଙ୍କୁ ସେ ଦୁଷ୍କର୍ମ କରିଥିଲା। ତେବେ କୌଶଳ କ୍ରମେ ତା’ ଶାଶୁ ସେଠାରୁ ଖସିଯାଇ ଏ ସଂପର୍କରେ ପୁଲିସରେ ଜଣାଇଥିଲେ l ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୂପ ସିଂର ଶାଳୀର ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଚଳାଇଥିଲା l
ଫେରାର ହେବାର ୫ ଦିନ ପରେ ଗତକାଲି ବୁଲାଣି ପୁଲିସ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରୁ ରୂପ ସିଂକୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ କରି ପଚରାଉଚରା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ କହିଛି।
The post ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ appeared first on Odisha Reporter.
from Odisha Reporter https://ift.tt/3vjetK0
No comments:
Post a Comment