ନୂଆଦିଲ୍ଲୀ: କରୋନା ଟେଷ୍ଟରେ ରିପୋର୍ଟ ପଜିଟିଭ୍ ଆସିଲା ମାତ୍ରେ ଲକ୍ଷଣ ଥାଉ କି ନଥାଉ ଡାକ୍ତର ମାନେ ଲେଖୁଥିଲେ ଗଣ୍ଡା ଗଣ୍ଡା ଔଷଧ। ଏବେ ଏତେ ପରିମାଣରେ ଔଷଧ ଖାଇବା ସମସ୍ତେ ଖାଇବା ଠିକ୍ ନୁହେଁ ବୋଲି ଅନୁଭବ କରିଛନ୍ତି ସରକାର। ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏସଏସ) ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯଦି ଲକ୍ଷଣ ନଥିଲେ କିମ୍ୱା ହାଲକା ଲକ୍ଷଣ ଥିଲେ ଆଣ୍ଟିପିୟରେଟିକ (ଜ୍ୱର) ଏବଂ ଆଣ୍ଟିଟ୍ୟୁସିବ୍ (ଥଣ୍ଡା)କୁ ଛାଡ଼ି ଦେଲେ ଆଉ ବାକି ଔଷଧ ଖାଇବା ଦରକାର ନାହିଁ।
ଡିଜିଏସଏସଙ୍କ ଏହି ନିଷ୍ପତ୍ତି ଆଇସିଏମଆର ନିକଟରେ କରିଥିବା ଏକ ସର୍ଭେ ରିପୋର୍ଟ ପରେ ଆସିଛି। ଯେଉଁଥିରେ ଆଇସିଏମଆର କହିଥିଲା ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଅଧିକାଂଶଙ୍କ ପାଇଁ ପୋଷ୍ଟ କୋଭିଡ ବେଳେ ଘାତକ ସାଜିଛି। ଡାକ୍ତରମାନେ ଆକ୍ରାନ୍ତଙ୍କ ପାଇଁ ପ୍ରେସକ୍ରିପସନ ବେଳେ ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଔଷଧ ଲେଖିଥିବାରୁ ଅନେକଙ୍କର ମୃତ୍ୟୁ ହେଉଥିବା ବେଳେ ଆଉ କେହି ବ୍ଲାକ ଫଙ୍ଗସ ଭଳି ରୋଗର ଶିକାର ହେଉଛନ୍ତି। ତେଣୁ ଜୀବନ ରକ୍ଷା କରିବାକୁ ଯାଇ ବ୍ୟବହାର କରାଯାଇଥିବା ଆଣ୍ଟିବାୟୋଟିକକୁ ଅତିରିକ୍ତ ବ୍ୟବହାର ଉପରେ ରୋକ୍ ଲଗାଇବା ଦରକାର ବୋଲି ଆଇସିଏମଆର ବିଶେଷଜ୍ଞ ଚେତାବନୀ ଦେଇଥିଲେ।
ମେ ୨୭ରେ ଡିଜିଏସଏସ ଜାରି କରିଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଲକ୍ଷଣ ବିହୀନ କିମ୍ୱା ହାଲୁକା ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଔଷଧରେ ପରିବର୍ତ୍ତନ କରିଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍, ଆଇଭରମେକ୍ଟିନ, ଡକ୍ସିସାଇକ୍ଲିନ୍, ଜିଙ୍କ, ମଲ୍ଟିଭାଇଟାମିନ୍ ଇତ୍ୟାଦି ରହିଛି। ଏଥିରେ ଡାକ୍ତରଙ୍କୁ କୁହାଯାଇଛି ଯେ ଯଦି ଆବଶ୍ୟକ ନାହିଁ ତାହେଲେ ରୋଗୀଙ୍କୁ ସିଟି ସ୍କାନ କରିବାକୁ ପରାମର୍ଶ ଦିଅନ୍ତୁ ନାହିଁ।
କରୋନାରେ ସଂକ୍ରମିତ ହୋଇ ଲକ୍ଷଣ ନଥିଲେ ସେମାନେ କରୋନା ପାଇଁ ଔଷଧ ଖାଇବା ଦରକରା ନାହିଁ। କିନ୍ତୁ କରୋନାରେ ସଂକ୍ରମିତ ହେବା ପୂର୍ବରୁ ଏହି ବ୍ୟକ୍ତି ଯଦି ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବେ ତାହେଲେ ସେହି ରୋଗକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯିବ ଦରକାର ବୋଲି ଡିଜିଏସଏସ କହିଛନ୍ତି। ତେବେ ସଂକ୍ରମିତ ବ୍ୟକ୍ତି ସନ୍ତୁଳିତ ଆହାର ନେବା ଦରକାର ବୋଲି କୁହାଯାଇଛି।
ଲକ୍ଷଣ ହାଲୁକା ଥିଲେ ଜ୍ୱର, ନିଃଶ୍ୱାସ ପ୍ରଶ୍ୱାସ, ଅକ୍ସିଜେନ ସ୍ତର କିମ୍ବା ସଂକ୍ରମିତ ବ୍ୟକ୍ତି ନିଜେ ମାପି ଚେକ କରିବା ଦରକାର। ଗାଇଡଲାଇନରେ ଦର୍ଶାଯାଇଛି ଯେ ଯଦି କରୋନାର ହାଲକା ଲକ୍ଷଣ ଥାଏ ତେବେ ଆଣ୍ଟିପିୟରେଟିକ ଏବଂ ଆଣ୍ଟିଟ୍ୟୁସିବକୁ ଜଣେ ଖାଇ ପାରିବେ। ଯଦି କାସ ହେଉଛି ତାହେଲେ ୫ ଦିନ ଯାଏ ଦିନକୁ ଦୁଇ ଥର ୮୦୦ ଏମସିଜିର ବୁଡେସୋନାଇଡ୍ ନେଇ ପାରିବେ। ଏହି ଔଷଧକୁ ଛାଡି ଦେଲେ ଅନ୍ୟାନ୍ୟ ଔଷଧ ଖାଇବାର ଆବଶ୍ୟକତା ନାହିଁ।
The post କରୋନା ଚିକିତ୍ସାରେ ବଡ଼ ପରିବର୍ତ୍ତନ, ଆବଶ୍ୟକ ନାହିଁ ଏହି ସବୁ ଔଷଧ appeared first on Odisha Reporter.
from Odisha Reporter https://ift.tt/3vZcj3s
No comments:
Post a Comment