ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଚେକାମରା ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସେହି ଚେକାମରା ଗାଁର ରବୀନ୍ଦ୍ର ସିଂ। ସେ ଗାଁ ନିକଟସ୍ଥ ଜଙ୍ଗଲରେ ଛେଳି ଚରାନ୍ତି। ଛେଳି ଚରାଇବା ବେଳେ ଗୁଳି ବାଜି ଥିବାରୁ କେହି ଶିକାରୀ ଜନ୍ତୁ ଶିକାର ପାଇଁ ଏହି ଗୁଳି ମାରିଥାଇପାରେ ବୋଲି କୁହାଯାଉଛି। ତେବେ ଏହା ଶିକାରୀ ମାରିଥିବା ଗୁଳି ନା କେହି ଆକ୍ରୋଶମୂଳକ ଭାବେ ତାଙ୍କୁ ଗୁଳି କରିଥିଲେ, ତାହା ସ୍ପଷ୍ଟ ହୋଇପାରିନି।
ରବୀନ୍ଦ୍ରଙ୍କ କାନ୍ଧ ଓ ବେକରେ ଗୁଳି ବାଜିଛି। ତାଙ୍କୁ ପ୍ରଥମ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ଯୁବକଙ୍କୁ ଗୁଳିମାଡ଼ appeared first on Odisha Reporter.
from Odisha Reporter https://ift.tt/3w47vK8
No comments:
Post a Comment