ଭୁବନେଶ୍ୱର (ଓଡିଶା ରିପୋର୍ଟର): ବାହାରେ ସଟରରେ ଝୁଲୁଥିଲା ତାଲା l ହେଲେ ଭିତରେ ଥିଲେ ଗରାଖ l ଆଉ ମାତ୍ର କିଛି ଦିନ ପରେ ରଜ ଥିବାରୁ ଲକଡାଉନରେ ପୁଲିସର କଡ଼ା କଟକଣା ଓ ନାଲି ଆଖିକୁ ଖାତିର ନ କରି ଚଲାଇଥିଲେ ବେପାର। ହେଲେ ଖବର ପାଇ ପହଞ୍ଚିଗଲା ପୁଲିସ୍ ଏବଂ ଦୋକାନକୁ କରି ଦେଇଥିଲା ସିଲ୍।
ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଆଜି ଘଟିଛି ଏହି ଘଟଣା। ଏଠାରେ ଗ୍ରାହକଙ୍କୁ ଲୁଚାଛପାରେ ଦୋକାନ ଭିତରକୁ ନିଆଯାଉଥିଲା। ତା’ପରେ ସଟର ପକାଇ ଭିତରେ କିଣାବିକା କରାଯାଉଥିଲା।
ରଜ ପୂର୍ବରୁ କମିଶନରେଟ ପୁଲିସ ଟ୍ୱିନ୍ ସିଟିରେ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ l କଟକ ଓ ଭୁବନେଶ୍ୱରର ବିଭିନ୍ନ ବଜାରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛି ପୁଲିସ। ବିଶେଷ ଭାବେ ବଜାରରେ ଯେପରି ଭିଡ଼ ବଢ଼ିବନି ସେ ଉପରେ ନଜର ରଖାଯାଇଛି। ନିୟମ ଖିଲାପ ଯେପରି ହେବନି ସେ ଉପରେ ଧ୍ୟାନ ରଖାଯାଇଛି।
ଲୁଚାଛପାରେ ଦୋକାନ ଖୋଲିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ନିୟମ ଖିଲାପ କଲେ ଦୋକାନ ସିଲ୍ ସହ ଗିରଫଦାରୀ ବି ହୋଇପାରେ ବୋଲି ଗତକାଲି ଚେତାଇଥିଲେ ପୁଲିସ୍ କମିଶନର। ଏହାସତ୍ତ୍ୱେ ବାହାରେ ସଟର ପକାଇ ଭିତରେ ବେପାର ଚଳାଇଛନ୍ତି ବେପାରୀ, ଯାହାକି ପୁଲିସର ଟେନସନ ବଢ଼ାଇଛି।
ଆଜି କଟକର ବିଭିନ୍ନ ଛକରେ ଯାଞ୍ଚ ବ୍ୟବସ୍ଥାର ତଦାରଖ କରିଛନ୍ତି କଟକ ଡିସିପି l ସେହିପରି ଲୋକଙ୍କୁ ବି ନିୟମ ପାଳନ କରିବାକୁ କୁହାଯାଇଛି l ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବି ଯାଞ୍ଚ ଆହୁରି କଡ଼ାକଡ଼ି ହୋଇଛି l
The post ବାହାରେ ସଟର ପକାଇ ଭିତରେ ଚଲାଇଥିଲେ ବେପାର, ପହଞ୍ଚିଗଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/3vb5af7
No comments:
Post a Comment