ନୂଆଦିଲ୍ଲୀ: କରୋନା ମୁକାବିଲାରେ ଟିକାକରଣକୁ ପ୍ରମୁଖ ଅସ୍ତ୍ର କୁହାଯାଉଛି। ତେଣୁ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। କିଭଳି ଦେଶବାସୀ ଟିକାକରଣ କରିବେ ତା’ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତଥାପି ବିଶେଷଜ୍ଞଙ୍କ କରୋନା ଓ ଟିକାକରଣକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ଯାହାକି ଲୋକଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଉଛି। ଏବେ ଏକ ବିଶେଷଜ୍ଞ ଟିମ୍ ଚେତାବନୀ ଦେଇଛନ୍ତି ଯେ ଯୋଜନାବଦ୍ଧ ଭାବରେ ଟିକାକରଣ କରା ନଗଲେ ନୂଆ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଜନ୍ମ ନେଇପାରେ। ଏଥି ସହିତ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ସେମାନଙ୍କୁ ବର୍ତ୍ତମାନ ଟୀକାକରଣର ଆବଶ୍ୟକତା ନାହିଁ।
ଏହି ବିଶେଷଜ୍ଞ ବର୍ଗରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଡାକ୍ତର ମଧ୍ୟ ରହିଛନ୍ତି। କରୋନା ସଂକ୍ରମଣ ମହାମାରୀକୁ ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ପାଇଁ ଏପ୍ରିଲ୍ ୨୦୨୦ରେ ଏହି ଗ୍ରୁପ ବା ଗୋଷ୍ଠୀ ତିଆରି କରାଯାଇଥିଲା। ଏହି ଏବି ଗ୍ରୁପ ଟିକାକରଣକୁ ନେଇ ସରକାରଙ୍କୁ ଏକ ପରାମର୍ଶ ଦେଇଛି। ଯେଉଁଥିରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ସେମାନଙ୍କୁ ଟିକା ଦେବା ପରିବର୍ତ୍ତେ ଅସୁରକ୍ଷିତ ଏବଂ ବିପଦ ବର୍ଗରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଟିକାକରଣ କରାଯିବ ତାଉପରେ ଧ୍ୟାନ ଦେବା ଆବଶ୍ୟକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଭାରତୀୟ ଜନସ୍ୱାସ୍ଥ୍ୟ ସଂଘ (ଆଇପିଏଚ୍ଏ) ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶର ମହାମାରୀ ପରିସ୍ଥିତିରେ ବର୍ତ୍ତମାନ ସମସ୍ତ ବୟସ ବର୍ଗଙ୍କୁ ଟିକାକରଣ କରିବା ପରିବର୍ତ୍ତେ, କରୋନା ସଂକ୍ରମିତ ସଂଖ୍ୟାକୁ ନେଇ ମୁକାବିଲା କରିବାକୁ ହେବ।
The post ପ୍ରଧାନମନ୍ତ୍ରୀଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଯୋଜନାହୀନ ଟିକାକରଣ ଯୋଗୁଁ ମ୍ୟୁଟାଣ୍ଟ ଷ୍ଟ୍ରେନ ବିପଦ appeared first on Odisha Reporter.
from Odisha Reporter https://ift.tt/3glENxI
No comments:
Post a Comment