ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସି ଆସିଥିବା ବେଳେ ଆଜି ହଠାତ୍ ତାହା ଲମ୍ବ ଡିଆଁ ମାରି ୪୬ରେ ପହଞ୍ଚିଛି।
ରାଜ୍ୟରେ ମୃତ ୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ପୁରୀରୁ ୫ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବାଦ ଝାରସୁଗୁଡ଼ା, ସମ୍ବଲପୁରରୁ ୪ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଜଗତସିଂହପୁର, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ଜୀବନ ନେଇଛି କରୋନା।
ଏହାବାଦ ଗଂଜାମ, କଳାହାଣ୍ଡି, ମୟୂରଭଂଜରୁ ୨ ଲେଖାଏଁ ଆକ୍ରାନ୍ତ ମୃତ ହୋଇଥିବା ବେଳେ କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି। କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
The post ପୁଣି ଆଖି ପିଛୁଳାକେ ୪୦ ଡେଇଁଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3d4XVPK
No comments:
Post a Comment