ଟିକାକରଣ: ସୋମବାର ରେକର୍ଡ କଲା, ମଙ୍ଗଳବାର ମୁହଁ ମାଡ଼ି ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ଟିକାକରଣ: ସୋମବାର ରେକର୍ଡ କଲା, ମଙ୍ଗଳବାର ମୁହଁ ମାଡ଼ି ପଡ଼ିଲା

ନୂଆଦିଲ୍ଲୀ: ଜୁନ୍ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ସହିତ ଭାରତରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ପ୍ରାଣାୟମ ସହିତ ଅ୍ୟାନ୍ୟନ୍ୟ ଯୋଗ କୌଶଳକୁ ଘରେ ଘରେ ପହଞ୍ଚାଇବା ସହିତ କରୋନା ସଞ୍ଜିବନୀ ସମସ୍ତଙ୍କୁ ଦେବାକୁ ଲକ୍ଷ୍ୟ ରହିଥିଲା। ପ୍ରଥମ ଦିନରେ ଦେଶରେ ୮୫ ଲକ୍ଷ ଲୋକ ଟିକା ନେଇ ରେକର୍ଡ କରିଥିଲେ। ପୂର୍ବରୁ ଏହି ରେକର୍ଡ ଦୈନିକ ୩୦ ଲକ୍ଷ ଥିଲା। କିନ୍ତୁ ପ୍ରଥମ ଦିନ ପରେ ଦ୍ୱିତୀୟ ଦିନ ଏହି ଟିକାକରଣରେ ବଡ଼ ଧରଣରେ ହ୍ରାସ ହୋଇଛି । ସାରା ଦେଶରେ ମୋଟ୍ ୫୪ ଲକ୍ଷ ଲୋକ ଟିକା ନେଇଥିବା ଜଣାପଡ଼ିଛି। କିନ୍ତୁ ଜୁନ୍ ୨୧ ପୂର୍ବ ଦୈନିକ ଟିକାକରଣ ସଂଖ୍ୟା ଅପେକ୍ଷା ସର୍ବାଧିକ ରହିଛି।

ସୋମବାର ଭାରତରେ ମୋଟ୍ ୮୫ ଲକ୍ଷ ଟିକା ଡୋଜ (ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ) ଦିଆଯାଇଥିଲା। ଚାଇନା ବ୍ୟତୀତ ଅନ୍ୟ ଦେଶ ଅପେକ୍ଷା ଏହା ଅଧିକ ଥିଲା। ସୋମବାର ମଧ୍ୟପ୍ରଦେଶରେ ଗୋଟିଏ ଦିନରେ ୧୭ ଲକ୍ଷ ଟିକା ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଲା ମଙ୍ଗଳବାର ମଧ୍ୟପ୍ରଦେଶରେ କେବଳ ୪,୮୨୫ ଲୋକ ଟିକା ନେଇଥିଲେ। ଗତକାଲି ୟୁପିରେ ସର୍ବାଧିକ ୭ ଲକ୍ଷ ୯୬ ହଜାର ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଥିଲା। ତେଣୁ ଆଗାମୀ ସପ୍ତାହ ଏବଂ ମାସ ମଧ୍ୟରେ ଭାରତ ଦ୍ରୁତ ଗତିରେ ଟିକାକରଣ କରିବାକୁ ସକ୍ଷମ ହେବ କି ନାହିଁ ପ୍ରଶ୍ନ ଉଠିଛି।

ଯଦି ଆମେ କୋଓ୍ୱିନ ପୋର୍ଟାଲରେ ଉପଲବ୍ଧ ତଥ୍ୟକୁ ଦେଖିବା, ତେବେ ମଙ୍ଗଳବାର ୧୨ଟି ରାଜ୍ୟରେ ଟିକାକରଣରେ ବ୍ୟାପକ ହ୍ରାସ ଘଟିଛି। ବିଶେଷକରି ସେହି ରାଜ୍ୟଗୁଡିକ ଯେଉଁମାନେ ସୋମବାର ଟିକାକରଣ ରେକର୍ଡ କରିଥିଲେ। ଏଥି ମଧ୍ୟରେ ମଧ୍ୟପ୍ରଦେଶ, ହରିଆଣା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ବିହାର ଅନ୍ତର୍ଭୁକ୍ତ। ତେବେ ସାରା ଦେଶରେ ମୋଟ୍ ଟିକାକରଣ ୨୯ କୋଟି ଅତିକ୍ରମ କରିଛି। କେନ୍ଦ୍ର ସରକାର ଜୁନ୍ ୨୧ ରୁ ଜୁନ୍ ୩୦ ମଧ୍ୟରେ ସାରା ଦେଶରେ ୮ କୋଟି ଟିକା ଦିଆଯିବ ବୋଲି ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ, ଜୁଲାଇରେ ୨୪.୮ କୋଟି ଦେବାକୁ କେନ୍ଦ୍ର ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଦେଶରେ ଯଦିଓ ଟିକାର ଅଭାବ ନାହିଁ ହେଲେ ବର୍ଷା ଏବଂ ଅନ୍ୟାନ୍ୟ କାରଣ ପାଇଁ କମ୍ ସଂଖ୍ୟକ ଲୋକ ଟିକା ନେଇଥିବା ଜଣାପଡ଼ିଛି।

The post ଟିକାକରଣ: ସୋମବାର ରେକର୍ଡ କଲା, ମଙ୍ଗଳବାର ମୁହଁ ମାଡ଼ି ପଡ଼ିଲା appeared first on Odisha Reporter.



from Odisha Reporter https://ift.tt/3gPjvZq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages