କରୋନା ଆଣିଦେଲା ଦୁଃଖ; ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

କରୋନା ଆଣିଦେଲା ଦୁଃଖ; ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିୟତି ଓ ପରିସ୍ଥିତି ମଣିଷକୁ ଯେକୌଣସି କାମ କରିବାକୁ ବାଧ୍ୟ କରିପାରେ ।  ଦିନେ ନିଜ ହାତରେ କୋମଳମତି ଶିଶୁଙ୍କ ଭାଗ୍ୟ ଗଢ଼ୁଥିବା ଶିକ୍ଷୟିତ୍ରୀ ଆଜି ନିଜ ଭାଗ୍ୟ ସାଉଁଟୁଛି ଅଳିଆ ଗଦା ଭିତରେ। ଭୋକ, ଅଭାବ, ଅନଟନ, ପରିବାର ବୋଝ ଶିକ୍ଷକରୁ ତାଙ୍କୁ କରିଦେଇଛି ସଫେଇ କର୍ମଚାରୀ। ଆଗକୁ ବଢ଼ିବା ଲକ୍ଷ୍ୟରେ ଏପରି ସ୍ଥିତିର ସମ୍ମୁଖୀନ ହୋଇ ବି  ନିଜକୁ ଧୈର୍ଯ୍ୟଚ୍ୟୁତ କରି ନ ଥିବା ମହିଳା ହେଉଛନ୍ତି ଭୁବନେଶ୍ୱରର ସ୍ମୃତିରେଖା ବେହେରା।

ମହାମାରୀ କରୋନା କାହାର ସଂସାର ଉଜାଡ଼ି ଦେଇଛି ତ କାହାର ରୋଜଗାର ।  ଲକ୍ଷ ଲକ୍ଷ ଲୋକଙ୍କ ପରି  ସ୍ମୃତିରେଖା ବି ଏପରି ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି।  ଦିନେ ଏକ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ଥିବା ସ୍ମୃତିରେଖା  ପରିବାର ପୋଷିବାକୁ  ଏବେ କିନ୍ତୁ ଘର ଘର ବୁଲି ଉଠାଉଛନ୍ତି ଅଳିଆ ଆବର୍ଜନା । କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଯାହାର କାମ  ଥିଲା, ତାକୁ ଏବେ ନିଜ ଭବିଷ୍ୟତ ଚିନ୍ତା  ଘାରିଛି।

ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ଶାଶୁ, ଶ୍ୱଶୁର, ସ୍ୱାମୀ  ଓ ଦୁଇ ଝିଅଙ୍କ ସହ ରୁହନ୍ତି ସ୍ମୃତିରେଖା  ।  ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ସହ  କମ୍ପ୍ୟୁଟର  କୋର୍ସ ପରେ ନର୍ସରୀ ଏବଂ ପ୍ଲେ ସ୍କୁଲ୍ ରେ କୁନି କୁନି ପିଲାଙ୍କୁ ପାଠ ପଢ଼ାଉଥିଲେ । ସ୍ମୃତିରେଖାଙ୍କ ସ୍ୱାମୀ ଏକ ଗାଡ଼ି ଫାଇନାନ୍ସ କମ୍ପାନୀରେ ଚାକିରି କରିଥିଲେ। ହସଖୁସିରେ କଟି ଯାଉଥିଲା ଦିନ।  ହେଲେ ଦୁର୍ଦ୍ଦିନ ଆଣିଲା ମହାମାରୀ। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଚାକିରି ଚାଲିଯିବା ପରେ ୬ ପ୍ରାଣୀ କୁଟୁମ୍ବ ଚଳାଇବା ଚିନ୍ତା ଦିନରାତି ଘାରିଲା।

ଦିନେ ସଉକରେ ଗାଡ଼ି ଚଳାଇବା ଶିଖିଥିବା ସ୍ମୃତିରେଖା ଏବେ ତାକୁ ନିଜ ରୋଜଗାରର ମାଧ୍ୟମ କରିଛନ୍ତି।   ପରିବାର ପ୍ରତିପୋଷଣ ପାଇଁ ଅଳିଆ ଗାଡି ଚଳାଉଛନ୍ତି ସ୍ମୃତି । ବିଏମସିର ‘ମୁଁ ସଫେଇବାଲା’ ଗାଡି ଚଳାଇ ଘର ଘର ବୁଲି ଅଳିଆ ସାଉଁଟୁଛନ୍ତି ।  ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ପାଠ ପଢ଼ାଇବା ପରେ ଏଭଳି କାମ କରି ମଧ୍ୟ ମନରେ କୌଣସି ତୁଚ୍ଛ ଭାବନା ନଥିବା ସେ କୁହନ୍ତି ।

ଏ ନେଇ ସ୍ମୃତିରେଖା କହିଛନ୍ତି,ମୁଁ  ଏକ ପ୍ରାଇଭେଟ ସ୍କୁଲରେ ଚାକିରି କରୁଥିଲି। ସ୍ୱାମୀ ଫାଇନାନ୍ସ କମ୍ପାନୀରେ ଥିଲେ।     କରୋନା ଯୋଗୁ ୨ ଜଣ ଚାକିରି ହରାଇଲୁ।  ତେଣୁ ଗାଡ଼ି ଶିଖିଥିବାରୁ  ପରିବାର ପୋଷିବାକୁ ଏହାକୁ ଆପଣାଇଛି।

ସ୍ମୃତିରେଖାଙ୍କ ସ୍ୱାମୀ ବାସୁଦେବ ବେହେରା ସ୍ତ୍ରୀଙ୍କ ପାଇଁ ଗର୍ବିତ ଥିବା ବେଳେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି।

The post କରୋନା ଆଣିଦେଲା ଦୁଃଖ; ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/35Zjduh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages