ଆଗ୍ରା: କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଦ୍ୱିତୀୟ ଲହରରେ କରୋନା ସିଧାସଳଖ ଫୁସଫୁସକୁ ଆକ୍ରମଣ କରୁଛି। ଆଉ ଏହି ସମୟରେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ହିଁ ରାମବାଣ ବୋଲି କୁହାଯାଉଛି। କିଛି ସ୍ଥାନରେ ଅକ୍ସିଜେନର ଅଭାବ ଥିବା ଅଭିଯୋଗ ହେଉଛି। ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଆଗ୍ରାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଅକ୍ସିଜେନ୍ ମକ୍ ଡ୍ରିଲ୍ ବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।
ଆଗ୍ରାର ଏହି ପ୍ରାଇଭେଟ୍ ହସ୍ପିଟାଲ ମାଲିକଙ୍କର ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଶୁଣିବାକୁ ମିଳୁଛି ଯେ ଏପ୍ରିଲ୍ ୨୬ ତାରିଖରେ ଅକ୍ସିଜେନ୍ ଅଭାବ କାରଣରୁ ମାତ୍ର ୫ ମିନିଟ୍ ପାଇଁ ଅକ୍ସିଜେନ୍ ସପ୍ଲାଏକୁ ରୋକା ଯାଇଥିଲା। ଏହି ଏକ୍ସପେରିମେଣ୍ଟ ଗୁରୁତର ରୋଗୀଙ୍କ ଉପରେ କରାଯାଇଥିଲା।
ଭାଇରାଲ୍ ଭିଡିଓରେ ହସ୍ପିଟାଲର ମ୍ୟାନେଜର୍ କହୁଛନ୍ତି ଯେ ଅକ୍ସିଜେନ୍ ଅଭାବ କାରଣରୁ ମୋଦିନଗରରୁ ସପ୍ଲାଏ ମଗା ଯାଉଥିଲା। ଏହାରି ଭିତରେ ସେ ରୋଗୀଙ୍କ ପରିବାରକୁ ସେମାନଙ୍କୁ ଡିସଚାର୍ଜ କରିବାକୁ କହୁଥିବା ଶୁଣିବାକୁ ମିଳିଛି, କିନ୍ତୁ କେହିବି ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହା ପରେ ସେ ଏକ ଏକ୍ସପେରିମେଣ୍ଟ କରିବାକୁ ନିଷ୍ପତ୍ତି ନେଲେ। ଭିଡିଓରେ ସେ କହିଛନ୍ତି ଯେ ମକ୍ ଡ୍ରିଲ୍ ପାଇଁ ଏପ୍ରିଲ୍ ୨୬ ତାରିଖରେ ସକାଳ ୭ଟାରେ ୫ ମିନିଟ୍ ପାଇଁ ଅକ୍ସିଜେନ୍ ସପ୍ଲାଏ ବନ୍ଦ କରିଦିଆଯାଇଥିଲା। ଯାହା ପରେ ୨୨ ଜଣ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ସେମାନଙ୍କର ଶରୀର ନୀଳ ପଡ଼ିବାରେ ଲାଗିଲା। ଏହା ପରେ ସେ ନିଷ୍ପତ୍ତି ନେଲେ ଯେ ବିନା ଅକ୍ସିଜେନରେ ଏହି ରୋଗୀମାନେ କୌଣସି ପରିସ୍ଥିତିରେ ବଞ୍ଚି ପାରିବେ ନାହିଁ। ଏହା ପରେ ଆଇସିୟୁ ୱାର୍ଡରେ ଭର୍ତ୍ତି ୭୨ ରୋଗୀଙ୍କ ପରିବାର ନିଜେ ଅକ୍ସିଜେନ୍ ମଗାଇବା କଥା କହୁଥିଲେ।
Medical murder: Amid scarcity of oxygen, 22 patients in critical condition reportedly died after a private hospital management switched off oxygen supply for 5 minutes on Apr 26.
Dr Arinjay Jain, owner of Paras hospital in Agra, caught on camera narrating the inhuman incident. pic.twitter.com/CNb8eLqaeB
— Deepak-Lavania (@dklavaniaTOI) June 7, 2021
ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ୟୁପି ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି ଯେ ଉକ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଅକ୍ସିଜେନ୍ ଯୋଗାଇବାରେ ସମସ୍ୟା ଥିବା ଅଭିଯୋଗ ଆସିଛି। ଏବେ ଏହି ମାମଲାର ତଦନ୍ତ ଚାଲିଛି। ତଦନ୍ତ ପ୍ରକ୍ରିୟା ପୂରା ହେବା ପରେ ସମସ୍ତଙ୍କୁ ସୂଚନା ଦିଆଯିବ ବୋଲି କହିଛନ୍ତି ୟୁପି ସ୍ୱାସ୍ଥ୍ୟ ମନ୍ତ୍ରୀ।
ତେବେ ଅକ୍ସିଜେନ୍ ମକ୍ ଡ୍ରିଲରେ ୨୨ ଜଣ କରୋନା ରୋଗୀଙ୍କର ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି। ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲ ମାଲିକ ଅରିଞ୍ଜୟ ଜୈନ ସନ୍ଦେହ ଘେରକୁ ଆସିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଅଧିକାରୀ ମାମଲାର ଯାଞ୍ଚ କରାଯାଉଥିବା କହିଛନ୍ତି। ତେବେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଭୁଲ୍ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି।
ଭିଡିଓ ଭାଇରାଲ୍ ହେବା ପରେ ଆଗ୍ରାର ସିଏମଓ ଡାକ୍ତର ଆରସି ପାଣ୍ଡେ କହିଛନ୍ତି ଯେ ଭିଡିଓର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ତେବେ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତରେ ହସ୍ପିଟାଲ୍ ମାଲିକ ଜୈନ୍ ଭିଡିଓରେ ସେ ଥିବା କଥା ସ୍ୱୀକାର କରିଛନ୍ତି। କିନ୍ତୁ ତାଙ୍କ ମନ୍ତବ୍ୟକୁ ଭୁଲ୍ ପରିବେଷଣ କରାଯାଇଥିବା ଜୈନ୍ କହିଛନ୍ତି । ଜୈନ୍ କହିଛନ୍ତି, ଏପ୍ରିଲ୍ ୨୬ ତାରିଖରେ ୪ ଓ ୨୭ ତାରିଖରେ ୩ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ତେବେ ଅକ୍ସିଜେନ୍ ଅଭାବରୁ ଅତିକମରେ ୨୨ ଜଣ ରୋଗୀଙ୍କ ମୃତ୍ୟୁର ପ୍ରଶ୍ନରେ ଜୈନ୍ କହିଛନ୍ତି ଯେ ତାଙ୍କ ପାଖରେ ସଠିକ୍ ସଂଖ୍ୟା ମହଜୁଦ୍ ନାହିଁ ।
The post ୫ ମିନିଟ୍ ବନ୍ଦ ହେଲା ଅକ୍ସିଜେନ୍ ସପ୍ଲାଏ, ଚାଲିଗଲା ୨୨ ଜୀବନ! appeared first on Odisha Reporter.
from Odisha Reporter https://ift.tt/3pu98ym
No comments:
Post a Comment