ଆବଶ୍ୟକ ସାମଗ୍ରୀ : ଚିକେନ, ଟମାଟୋ ପେଷ୍ଟ, ଧନିଆ ପାଉଡର, ଲଙ୍କା ପାଉଡର, ହଳଦୀ, ଲୁଣ, ପିଆଜ କଟା, ଅଦା ରସୁଣ ପେଷ୍ଟ, ଗରମ ମସଲା, ଶୁଖା ଲଙ୍କା, ଡାଲଚିନି, ଗୁଜରାତି, ତେଜପତ୍ର, ଆଳୁ, ରିଫାଇନ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲଭାବେ ଧୋଇଦେଇ ସେଥିରେ ଲୁଣ, ହଳଦୀ ଓ ଟମାଟୋ ପ୍ୟୁରିକୁ ଭଲ ଭାବେ ଗୋଳାଇ ମ୍ୟାରିନେଟ ହେବା ପାଇଁ ଛାଡ଼ି ଦିଅନ୍ତୁ।
ଏହାପରେ କଡେଇରେ ତେଲ ଗରମ କରି ଆଳୁ ଫ୍ରାଏ କରିଦିଅନ୍ତୁ। ସେହି କଡେଇରେ ଆଉ ତେଲ ଗରମ କରି ଗୋଟା ମସଲା ପକାନ୍ତୁ। ଏବେ ସେଥିରେ କଟା ପିଆଜ ପକାଇ ଗୋଲଡେନ ଫ୍ରାଏ କରନ୍ତୁ। ପରେ ସେଥିରେ ଅଦା, ରସୁଣ ପେଷ୍ଟ ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ କଷି ହେବା ପରେ ସେଥିରେ ଲୁଣ, ଲଙ୍କା ଗୁଣ୍ଡ, ହଳଦୀ, ଧନିଆ ପାଉଡର ଓ ଗରମ ମସଲା ପକାଇ ଦିଅନ୍ତୁ। ଏବେ ସେଥିରେ କିଛି ପାଣି ଦେଇ କଷନ୍ତୁ।
ମସଲା ଭଲ ଭାବେ କଷି ହେବା ପରେ ସେଥିରେ ମ୍ୟାରିନେଟ ହୋଇଥିବା ଚିକେନକୁ ପକାଇ ଦିଅନ୍ତୁ। ଚିକେନକୁ ଭଲ ଭାବେ କଷି ଆଞ୍ଚ ଧିମା କରି ଘୋଡାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ଫ୍ରାଏ ହୋଇଥିବା ଆଳୁ ପକାଇ ଅଳ୍ପ ପାଣି ଦେଇ ଗ୍ୟାସ ସିମ କରି ଛାଡି ଦିଅନ୍ତୁ।
କିଛି ସମୟ ପରେ ତାହାକୁ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ପରଷନ୍ତୁ ଗରମାଗରମ ଟମାଟୋ ଚିକେନ।
The post ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଟମାଟୋ ଚିକେନ appeared first on Odisha Reporter.
from Odisha Reporter https://ift.tt/3v4r6Zn
No comments:
Post a Comment