ଟିକାକରଣରେ ଭାରତର ରେକର୍ଡ: ଦିନକରେ ଦିଆଗଲା ୮୩ ଲକ୍ଷ ଡୋଜ୍‌ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଟିକାକରଣରେ ଭାରତର ରେକର୍ଡ: ଦିନକରେ ଦିଆଗଲା ୮୩ ଲକ୍ଷ ଡୋଜ୍‌ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଟିକାରକଣ ପାଇଁ ନୂଆ ନୀତି ଜୁନ ୨୧ରୁ ଦେଶରେ କାର୍ଯ୍ୟକାରୀ ହୋଇଛି। ନୂଆ ଟିକା ନୀତି ପରେ ଭାରତରେ ଟିକାକରଣର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଗତକାଲି ଗୋଟିଏ ଦିନରେ ୮୩ ଲକ୍ଷ ଡୋଜର ଟିକାକରଣ ହୋଇଛି।

ଭାରତରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକାକରଣ ହେବା ପ୍ରଥମ ଘଟଣା। ଏପ୍ରିଲ ୫ରେ ଦେଶରେ ସର୍ବାଧିକ ୪୩ ଲକ୍ଷ ଡୋଜ୍‌ ଟିକାକରଣ ହୋଇଥିଲା। ହେଲେ ଜୁନ ୨୧ର ଟିକାକରଣ ଏହି ରେକର୍ଡକୁ ଭାଙ୍ଗି ଦେଇଛି।

ରେକର୍ଡ ବ୍ରେକିଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ ‘ୱେଲ ଡନ୍ ଇଣ୍ଡିଆ’ ବୋଲି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆଜିର ରେକର୍ଡ ବ୍ରେକିଂ ଟିକାକରଣ ବେଶ ପ୍ରଂଶସନୀୟ। ଟିକା ହେଉଛି କରୋନା ବିରୋଧୀ ଲଢ଼େଇରେ ଆମର ସବୁଠାରୁ ବଡ଼ ଅସ୍ତ୍ର।

ଯେଉଁମାନେ ଟିକାର ଡୋଜ୍‌ ନେଇଛନ୍ତି ସେମାନଙ୍କୁ ଶୁଭେଚ୍ଛା। ଏତେ ସଂଖ୍ୟକ ଲୋକଙ୍କୁ ଟିକାର ଡୋଜ୍ ଦେବାକୁ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସଲାମ। ୱେଲ ଡନ୍‌ ଇଣ୍ଡିଆ।”

ସୂଚନା ଅନୁସାରେ, ସୋମବାର ଦେଶର ଟିକାକରଣ ପାଇଁ ୬୮,୦୦୦ ସେସନ୍ସର ଆୟୋଜନ କରାଯାଇଥିଲା। ତେବେ ଘରୋଇ କ୍ଷେତ୍ରରେ ଲୋକଙ୍କ ଯୋଗଦାନ ବହୁତ କମ ରହିଥିଲା। ବିଭିନ୍ନ ଘରୋଇ କ୍ଷେତ୍ର ପକ୍ଷରୁ ୨୦୦୦ ସେସନ୍ସ ଆୟୋଜନ କରାଯାଇଥିଲା। ହେଲେ ସେଠାକୁ ଲୋକମାନେ ଟିକା ନେବାକୁ ଅଧିକ ଆଗ୍ରହ ଦେଖାଇ ନାହାନ୍ତି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସୋମବାର ରାତି ୮.୩୦ ସୁଦ୍ଧା ୮୨,୭୦,୧୯୧ ଡୋଜ୍‌ର ଟିକାକରଣ ସମଗ୍ର ଦେଶରେ ହୋଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୧୬.୦୧ ଲକ୍ଷ, କର୍ଣ୍ଣାଟକାରେ ୧୦.୮୬ ଲକ୍ଷ, ଉତ୍ତର ପ୍ରଦେଶରେ ୬.୯୦ ଲକ୍ଷ, ଗୁଜରାଟରେ ୫.୦୫ ଲକ୍ଷ ଓ ବିହାରରେ ୪.୮୮ ଲକ୍ଷ ଡୋଜ୍‌ ଟିକାକରଣ ହୋଇଛି।

ହରିଆଣାରେ ୪.୮୦ ଲକ୍ଷ, ରାଜସ୍ଥାନରେ ୪.୩୫ ଲକ୍ଷ, ମହାରାଷ୍ଟ୍ରରେ ୩.୮୦ ଲକ୍ଷ, ତାମିଲନାଡୁରେ ୩.୪୧ ଲକ୍ଷ, ଆସାମରେ ୩.୩୯ ଲକ୍ଷ, ପଶ୍ଚିମବଙ୍ଗରେ ୩.୨୧ ଲକ୍ଷ ଓ କେରଳରେ ୨.୬୨ ଲକ୍ଷ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇଛି।

କେନ୍ଦ୍ର ସରକାର ଟିକାରକଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ନିଜେ ଉତ୍ପାଦନର ୭୫% ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଦେବା ଆରମ୍ଭ କରିଛନ୍ତି।

The post ଟିକାକରଣରେ ଭାରତର ରେକର୍ଡ: ଦିନକରେ ଦିଆଗଲା ୮୩ ଲକ୍ଷ ଡୋଜ୍‌ ଟିକା appeared first on Odisha Reporter.



from Odisha Reporter https://ift.tt/3wZfXKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages