ଗଣଶିକ୍ଷା ମନ୍ତ୍ରୀଙ୍କ ଅଜବ ଯୁକ୍ତି: ସ୍ମାର୍ଟଫୋନ ନଥିଲେ ପଡ଼ୋଶୀଙ୍କ ସହାୟତା ନିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଗଣଶିକ୍ଷା ମନ୍ତ୍ରୀଙ୍କ ଅଜବ ଯୁକ୍ତି: ସ୍ମାର୍ଟଫୋନ ନଥିଲେ ପଡ଼ୋଶୀଙ୍କ ସହାୟତା ନିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୟୁଟ୍ୟୁବ୍ ଜରିଆରେ ଆଜିଠୁ ପାଠପଢ଼ା ଆରମ୍ଭ ହୋଇଛି । ମାତ୍ର ଦାରିଦ୍ର‌୍ୟତା ଓ ଅନ୍ୟାନ୍ୟ କାରଣ ଯୋଗୁ ସବୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଅଭାବ ଥିବାରୁ ସେମାନେ ଏହି ପାଠପଢ଼ାରେ ସାମିଲ ହେବା ସମ୍ଭବପର ହୋଇନଥିବାବେଳେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଜବ ଯୁକ୍ତି ଦର୍ଶାଇଛନ୍ତି। ତେବେ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ପରିବାର ଏବେ ଟଙ୍କିକିଆ ଚାଉଳ ନେଉଥିବାବେଳେ ଗ୍ରାମାଂଚଳରେ ପ୍ରତି ୧୦୦ ଲୋକରେ ୧୬ଜଣଙ୍କ ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି।

ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୟୁୁଟ୍ୟୁବ୍ ଜରିଆରେ ଆଜିଠୁ ପାଠପଢ଼ା ଆରମ୍ଭ ହୋଇଛି । ବହୁ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇପାରି ନାହାନ୍ତି । ସେସବୁ ପିଲାଙ୍କ ପରିବାର ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ ଶିକ୍ଷାକମାନେ କରିବେ । ଯୋଡ଼ି ହୋଇନଥିବା ପିଲାଙ୍କ ଦାୟିତ୍ୱ ଶିକ୍ଷକଙ୍କ ଉପରେ ନ୍ୟସ୍ତ ହୋଇଛି । ମୋବାଇଲ ଫୋନ୍ ନଥିଲେ ପଡ଼ୋଶୀଙ୍କ ସହାୟତା ନେଇପାରିବେ । ସପ୍ତାହକ ମଧ୍ୟରେ ଅନଲାଇନ୍ କ୍ଲାସରେ ସମସ୍ତଙ୍କୁ ଯୋଡ଼ିବା ବ୍ୟବସ୍ଥା କରାଯିବ । ଇ-ମୂଲ୍ୟାୟନ ମାଧ୍ୟମରେ ମାର୍କିଂ କରାଯିବ । ପାଠପଢ଼ାର ଅଗ୍ରଗତି ଭିତ୍ତିରେ ଶିକ୍ଷକମାନେ ମୂଲ୍ୟାୟନ କରିବେ । କୋଶ୍ଚିନ ବ୍ୟାଙ୍କ ତିଆରି ହେବ ଓ ଇଣ୍ଟରନାଲ ଆସେସମେଣ୍ଟ କରାଯିବ । ସିବିଏସଇଏ ଆଇସିଏସଇ ବୋର୍ଡ ଦ୍ୱାରା ଇଣ୍ଟରନାଲ ଆସେସମେଣ୍ଟ ହେଉଥିଲା। କରୋନା ଅଭିଜ୍ଞତା ପରେ ରାଜ୍ୟ ସରକାର ବି ଇଣ୍ଟରନାଲ ଆସେସମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନଲାଇନରେ ପାଠପଢ଼ା ଓ ପରୀକ୍ଷାର ତଥ୍ୟ ଅପଲୋଡ୍ କରାଯିବ । ସମସ୍ତ ତଥ୍ୟ ଡକ୍ୟୁମେଣ୍ଟ ଆଧାରରେ ରହିବ । ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଉଛି। ଯେଉଁଠି ରାଜ୍ୟସ୍ତରରେ ପୁରା ପ୍ରକ୍ରିୟାକୁ ମନିଟରିଂ କରାଯିବ ।

ରାଜ୍ୟରେ ଏବେ ପ୍ରାୟ ୬୧ଲକ୍ଷ ଛାତ୍ରଛାତ୍ରୀ ସ୍କୁଲରେ ପଢ଼ୁଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର କିଛି ପିଲାଙ୍କ ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ରହିଛି । ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୧୮-୧୯ ଅନୁସାରେ ରାଜ୍ୟରେ ଟେଲି ସାନ୍ଧ୍ରତା ୭୯.୫୮ ପ୍ରତିଶତ । ରାଜ୍ୟର ସହରାଂଚଳରେ ପ୍ରତି ଶହେ ଲୋକରେ ୧୬୦.୮ %, ଗ୍ରାମାଂଚଳରେ ୬୧.୬% । ସେହିପରି ଓଡ଼ିଶାରେ ମାତ୍ର ୨୮.୨୨ ପ୍ରତିଶତ ଇଣ୍ଟରନେଟ୍ ଉପଭୋକ୍ତା ଥିବାବେଳେ ଜାତୀୟସ୍ତରରେ ଏହି ହାର ୩୮.୦୨ ରହିଛି । ଓଡ଼ିଶାର ଗ୍ରାମାଂଚଳରେ ୧୬ ପ୍ରତିଶତ ଓ ସହରାଂଚଳରେ ୮୩.୩ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ଅଛି । ଗ୍ରାମାଂଚଳରେ ମାତ୍ର ୫୬.୭୦ ଲକ୍ଷ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ରହିଛି । ସେହିପରି ରାଜ୍ୟରେ ୫୧୩୧୧ ଗାଁ ଥିବାବେଳେ ସେଥିରୁ ପ୍ରାୟ ୧୧ହଜାର ଗାଁରେ ମୋବାଇଲ୍ ନେଟୱାର୍କ ସୁବିଧା ନାହିଁ ।

ମାତ୍ର ଏବେ ପ୍ରଶ୍ନ ଉଠୁଛି, ଗୋଟିଏ ପରିବାରରେ ଏକାଧିକ ସ୍ମାର୍ଟଫୋନ୍ ଉପଯୋଗକାରୀଙ୍କ ସଂଖ୍ୟା ଗ୍ରାମାଂଚଳରେ ଖୁବ୍ କମ୍ ଥିବାବେଳେ ପଡ଼ୋଶୀଙ୍କ ସହାୟତାରେ କିଭଳି ପାଠ ପଢ଼ିବାକୁ ମନ୍ତ୍ରୀ କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

The post ଗଣଶିକ୍ଷା ମନ୍ତ୍ରୀଙ୍କ ଅଜବ ଯୁକ୍ତି: ସ୍ମାର୍ଟଫୋନ ନଥିଲେ ପଡ଼ୋଶୀଙ୍କ ସହାୟତା ନିଅ appeared first on Odisha Reporter.



from Odisha Reporter https://ift.tt/3zLveRp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages