ମାଟ୍ରିକ୍‌ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍‌ ଘେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

ମାଟ୍ରିକ୍‌ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍‌ ଘେରିଲେ

କଟକ/ପୁରୀ (ଓଡ଼ିଶା ରିପୋର୍ଟର): ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଘେରିଲେ ସ୍କୁଲ୍‌। ରାସ୍ତା ବି ଅବରୋଧ କଲେ। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ, ପୁରୀ ଓ ଭୁବନେଶ୍ୱରରେ। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲ୍‌ରେ ହୋହଲ୍ଲା କରିବା ସହିତ ଶିକ୍ଷକଙ୍କୁ ଘେରିଛନ୍ତି। ଏହି ସ୍କୁଲ୍‌ର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି। ସେମାନଙ୍କୁ ଯେଉଁ ମାର୍କ ମିଳିଛି ସେହି ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ମାର୍କ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ। ଏଥିପାଇଁ ସେମାନେ ପୁନଃମୂଲ୍ୟାୟନ ଦାବି କରିଛନ୍ତି।

ଏହି ସ୍କୁଲ୍‌ର ସ୍ୱପ୍ନା ବେହେରା ନାମକ ଜଣେ ଛାତ୍ରୀ କହିଛନ୍ତି, ବୋର୍ଡ ମୋତେ ୪୫୮ ନମ୍ବର ଦେଇଛି। ଏହା ମୋଟ ମାର୍କର ୭୬% ହେଉଛି। କିନ୍ତୁ ଯେଉଁ ଫର୍ମୁଲାରେ ଏହି ମୂଲ୍ୟାୟନ ହୋଇଛି, ସେଥିରେ ହିସାବ କଲେ ମୁଁ ୫୨୩ ରଖିବା କଥା, ଯାହା ମୋଟ ମାର୍କର ୮୭.୧୭% ହେଉଛି। ବୋର୍ଡ ଯେଉଁ ନମ୍ବର ଦେଇଛି ସେଥିରେ ମୁଁ କୌଣସି ଭଲ କଲେଜରେ ଯୁକ୍ତ ଦୁଇ ସାଇନ୍ସରେ ଆଡ୍‌ମିଶନ୍ ପାଇବି ନାହିଁ। ଅନ୍ୟପକ୍ଷରେ ସ୍କୁଲ୍ କର୍ତ୍ତୃପକ୍ଷ କହୁଛନ୍ତି, ଆମେ କଥା ହେଉଛୁ।

ସେହିଭଳି ସୂର୍ଯ୍ୟନାରାୟଣ ନାୟକ ନାମକ ଜଣେ ଅଭିଭାବକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ବୋର୍ଡ ୭୦.୫% ନମ୍ବର ଦେଇଛି। ତାଙ୍କ ଉପରେ ୯୦% ରହିବା କଥା। ଏତେ କମ୍ ନମ୍ବର ଦେଇଥିବାରୁ ତାଙ୍କ ପୁଅକୁ ଭଲ କଲେଜ୍‌ରେ ନାଁ ଲେଖାଇବାକୁ ସୁଯୋଗ ମିଳିବ ନାହିଁ। ବୋର୍ଡ କର୍ତ୍ତୃପକ୍ଷ ଆଉ ଥରେ ହିସାବ କରି ତାଙ୍କ ପୁଅକୁ ନମ୍ବର ଦେବାକୁ ସେ ଅନୁରୋଧ କରିଛନ୍ତି।

କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଭଳି ପୁରୀର ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସେମାନେ ବି ଅଭିଭାବକମାନଙ୍କ ସହିତ ମିଶି ସ୍କୁଲ୍ ଘେରାଉ କରିଛନ୍ତି।

ଏହି ସ୍କୁଲ୍‌ର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସ୍କୁଲ୍‌ର ସବୁ ପିଲାଙ୍କର ୨୯୩/୨୯୪ ଆଭେରେଜ ମାର୍କିଂ କରାଯାଇଛି। ଅତିବେଶୀ ହେଲେ କାହାକୁ ୩୦୦ ମିଳିଛି। ତା’ଠୁ ଅଧିକ ନମ୍ବର କାହାକୁ ମିଳି ନାହିଁ। ସମସ୍ତଙ୍କର ୫୦% ତଳକୁ ନମ୍ବର ରହିଛି। ସେମାନଙ୍କ ଷ୍ଟାଣ୍ଡାର୍ଡ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କରିଛନ୍ତି। ତା’ସହିତ ସେମାନଙ୍କ ଠାରୁ କମ୍‌ ଷ୍ଟାଣ୍ଡାର୍ଡର ପିଲାମାନେ ଅଧିକ ମାର୍କ ରଖିଛନ୍ତି ବୋଲି କହିଛନ୍ତି। ସେମାନଙ୍କୁ ୮୫ରୁ ୯୦% ମାର୍କ ଦିଆଯାଉ ବୋଲି ଏହି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଏଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖି ପୁରୀ ଜିଲ୍ଲାପାଳ ଡିଇଓଙ୍କୁ ଆସିଥିବା ଅଭିଯୋଗର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ବି ଅସନ୍ତୋଷ ଦେଖିବାକୁ ମିଳିଛି। ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି ଏହି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ କିଛି ସମୟ ପାଇଁ ରାସ୍ତା ମଧ୍ୟ ଅବରୋଧ କରିଥିଲେ।

ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଆଜି ୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ନମ୍ବର ବଢ଼ାଇବା ପାଇଁ ଦାବି କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ କହିବା କଥା ସେମାନେ ୯୦% ମାର୍କ ରଖୁଥିବା ବେଳେ ଦଶମ ପରୀକ୍ଷାରେ ସେମାନଙ୍କୁ ୭୦% ମାର୍କ କିଭଳି ମିଳିଲା।

ସୂଚନାଯୋଗ୍ୟ, ଜୁନ୍ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। କରୋନା ଯୋଗୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପିଲାମାନଙ୍କର ପରୀକ୍ଷା କରାନଯାଇ ଫଳ ପ୍ରକାଶ କରାଯାଇଥିଲା। ବିକଳ୍ପ ବ୍ୟବସ୍ଥା ଯୋଗେ ଏଥର ମୂଲ୍ୟାୟନ ହୋଇଥିବା ବେଳେ ଏଥିରେ ୯୭.୮% ପିଲା ପାସ୍ କରିଛନ୍ତି।

The post ମାଟ୍ରିକ୍‌ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍‌ ଘେରିଲେ appeared first on Odisha Reporter.



from Odisha Reporter https://ift.tt/3dnpXWL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages