ପୁଣେ: ଶିବସେନା ଏନଡିଏରୁ ଓହରିବା ପରେ ପୂର୍ବତନ ସହଯୋଗୀ ବିଜେପି ତଥା କେନ୍ଦ୍ର ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଟାକ୍ଷ କରେ। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛିଗୁଲେଇବାକୁ ଭୁଲନ୍ତିନି ଶିବସେନାର କୁହାଳିଆ ନେତା ସଞ୍ଜୟ ରାଉତ। ଗତକାଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବୋଚ୍ଚ ନେତା। ସଞ୍ଜୟଙ୍କ ଏପରି ମନ୍ତବ୍ୟ ବିଜେପିକୁ ଯଦିଓ ସୁହାଇଛି ହେଲେ ରାଜ୍ୟର ବିଜେପି ମୁଖିଆ ଏହାକୁ କଟାକ୍ଷ କରି ପରୋକ୍ଷରେ କହିଛନ୍ତି ପ୍ରଂଶସା କଲେ ବି ବିଜେପି ପିଞ୍ଜରାରେ ଥିବା ବାଘ ସହିତ ଦୋସ୍ତି କରିବାକୁ ଇଚ୍ଛା ରଖେନି।
ନିକଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ମେଣ୍ଟ ସରକାରରେ ଶିବସେନା-କଂଗ୍ରେସ ମଧ୍ୟରେ ମତଭେଦ ହୋଇଥିଲା। ଏହାର ପରେ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଆଉ ଠିକ୍ ଏହାରି ପରେ ପରେ ସଞ୍ଜୟ ବିଜେପି ଓ ମୋଦିଙ୍କୁ ପ୍ରଶଂସା କରିବା ଶିବସେନା ନିଜ ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ ଏଭଳି ମତ ରଖିଛି ବୋଲି କୁହାଯାଉଛି।
ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର ତାଙ୍କ ଜନ୍ମଦିନକୁ ନେଇ ଏକ ପ୍ରେସ କନଫରେନସ କରିଥିଲେ। ଏହି ସମୟରେ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। ୨୦୨୨ରେ ପୁଣେ, ମୁମ୍ୱାଇ ଏବଂ ଅନ୍ୟାନ୍ୟ ସହରରେ ପୌର ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ଏହି ଅବସରରେ ସଞ୍ଜୟଙ୍କ ପରୋକ୍ଷରେ ବାଣ ମାରି କହିଛନ୍ତି, ନିକଟରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କୁ ଜଣେ ବାଘର ଫଟୋ ଉପହାର ଦେଇଥିଲେ। ସେହି ଫଟୋ ବହୁତ ଭଲ ଥିଲା ବୋଲି ଏହି ଅବିସରରେ ପାଟିଲ କହିଥିଲେ। ଏହି ସମୟରେ ଜଣେ ରିପୋର୍ଟର ଶିବସେନା ପାର୍ଟିର ଚିହ୍ନ ବାଘକୁ ଯୋଡ଼ି ପଚାରିଥିଲେ ବାଘ ଭଲ ଲାଗୁଛି ହେଲେ ଶିବସେନା ସହ ଆଗାମୀ ଦିନରେ ଦୋସ୍ତି ହେବ କି ନାହିଁ।
ଜବାବରେ ପାଟିଲ କହିଛନ୍ତି ବିଜେପି ଅନେକଙ୍କ ସହିତ ମିଶିବାକୁ ଭଲ ପାଏ ଦୋସ୍ତି କରିବାକୁ ଇଚ୍ଛା ରଖେ। ବିଜେପି ବାଘ ସହିତ ଦୋସ୍ତି କରିବାକୁ ଇଚ୍ଛୁକ। ହେଲେ ଯିଏ ପିଞ୍ଜରାରେ ରହିଛି ତା ସହିତ ବିଜେପି ଦୋସ୍ତି କରିବାକୁ ଇଚ୍ଛା ରଖେ ନାହିଁ।
The post ‘ପିଞ୍ଜରାରେ ଥିବା ବାଘ ସହିତ ଦୋସ୍ତି କରିବନି ବିଜେପି’ appeared first on Odisha Reporter.
from Odisha Reporter https://ift.tt/2TX2FjM
No comments:
Post a Comment