ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଆଜି ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ ପ୍ରାୟ ତିନି ଚାରି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଗତକାଲି ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯାଇଥିଲା। ଆଜି ସକାଳେ ନକ୍ସଲଙ୍କ ସହିତ ଏହି ଟିମ୍ର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ପ୍ରାୟ ତିନି ଚାରି ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ସେଠାରୁ ପଳାଇ ଥିଲେ।
ପୁଲିସ୍ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହିତ କିଛି ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ସେଠାକୁ ପଠାଯାଇଛି।
ଏହି ନକ୍ସଲମାନେ ଛତିଶଗଡ଼ କ୍ୟାଡରର ବୋଲି କୁହାଯାଉଛି। ସେମାନେ ଏଠାରେ କ୍ୟାମ୍ପ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗରେ ରହିଥିଲେ। ଏଣୁ ସେମାନେ କିଛି ବଡ଼ ଯୋଜନା କରୁଥିଲେ ବୋଲି କୁହାଯାଉଛି।
The post ଗୁଳିବିନିମୟ ପରେ ନକ୍ସଲଙ୍କ ଛତ୍ରଭଙ୍ଗ appeared first on Odisha Reporter.
from Odisha Reporter https://ift.tt/3iLkn3S
No comments:
Post a Comment