ଯୁବକଙ୍କୁ ଛୁରୀ ଭୁସି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଉତ୍ତରାମୁଖୀରେ।

ମୃତ ଯୁବକଙ୍କ ନାଁ ଚନ୍ଦନ ପ୍ରଧାନ। ତାଙ୍କୁ ୨୧ ବର୍ଷ ହୋଇଥିଲା। ଅଭିଯୁକ୍ତର ନାଁ ଶିବରାମ ସେଠୀ।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଚନ୍ଦନ, ତାଙ୍କର ଦୁଇ ସାଙ୍ଗ ଓ ଅଭିଯୁକ୍ତ ଶିବରାମ ବସି କଥାବାର୍ତ୍ତା ହେଉଥିଲେ। ତେବେ ହଠାତ୍ କୌଣସି କଥାକୁ ନେଇ ଚନ୍ଦନ ଓ ଶିବରାମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ଶିବରାମ ଛୁରୀରେ ଚନ୍ଦନଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଛାତିରେ ଛୁରୀଟି ପଶି ଯାଇଥିଲା। ଏହି ସମୟରେ ଚନ୍ଦନଙ୍କ ଅନ୍ୟ ଦୁଇ ସାଙ୍ଗ ତାଙ୍କୁ ରକ୍ଷା କରିବା ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତ ଶିବରାମ ସେମାନଙ୍କୁ ବି ଆକ୍ରମଣ କରି ଆହତ କରି ଦେଇଥିଲା।

ପାଖ ବସ୍ତିରେ ରହୁଥିବା ଚନ୍ଦନଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପୁଲିସ୍ ଆହତ ଦୁଇ ଯୁବକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ସେମାନଙ୍କ ବେକ ଓ ପେଟରେ ଆଘାତ ଲାଗିଛି।

ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ଶିବରାମ ସେଠୀକୁ ଧରିଛି। ତାକୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଓ ଶିବରାମଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ଗତକାଲି ରାତିରେ କଥାବାର୍ତ୍ତା ହେଉଥିବା ବେଳେ କୌଣସି ପୂର୍ବ କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଏଭଳି ଏକ କାଣ୍ଡ ଘଟିଯାଇଥିଲା।

The post ଯୁବକଙ୍କୁ ଛୁରୀ ଭୁସି ହତ୍ୟା appeared first on Odisha Reporter.



from Odisha Reporter https://ift.tt/35ps5Jh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages