ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଲଗାତର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରଥମେ ଡ୍ରଗ୍ସ ମାମଲା ଏବଂ ଏବେ ନିଜର ବଡ଼ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିଆଙ୍କୁ ଏକ ବଡ଼ ପ୍ରୋଜେକ୍ଟର ଫିଲ୍ମ ଅଫର୍ ମିଳିଛି। ଯେଉଁଥିରେ ସେ ଦ୍ରୌପଦୀ ଭୂମିକା ତୁଲାଇବେ।
ରିଆ ଶେଷଥର ଲାଗି ୨୦୧୮ରେ ରିଲିଜ୍ ହୋଇଥିବା ‘ଜଲେବୀ’ରେ ନଜର୍ ଆସିଥିଲେ। ଏହା ପରେ ରିଆଙ୍କୁ କୌଣସି କାମ ମିଳିନଥିଲା। କିନ୍ତୁ ଏବେ ରିଆ ନିଜର ଏହି ବଡ଼ ପ୍ରୋଜେକ୍ଟକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ମିଡିଆ ରିପୋର୍ଟ ମୁତାବକ ଏହା ବହୁତ ବଡ଼ ପ୍ରୋଜେକ୍ଟ, ଯେଉଁଥିରେ ମହାଭାରତ ଓ ଦ୍ରୌପଦୀ ଭୂମିକାକୁ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ଆଜିର ସମୟ ଅନୁସାରେ ନିର୍ମାଣ କରାଯିବ। ଏଥିପାଇଁ ଏହି ଫିଲ୍ମଟି ମଡର୍ଣ୍ଣ ଓ କଣ୍ଟେମ୍ପରାରୀ ହେବ। ଫିଲ୍ମରେ ଦ୍ରୌପଦୀଙ୍କର ଭୂମିକା ରିଆଙ୍କୁ ଦିଆଯାଇଛି।
ଅନ୍ୟପକ୍ଷରେ ରିଆ ବଲିଉଡର ବଡ଼ ବଡ଼ କଳାକାରଙ୍କ ସହ ପୁଣିଥରେ ବଡ଼ ପରଦାରେ ଧୂମ ମଚାଇବେ। ରିଆ ନିଜର ଆଗାମୀ ଫିଲ୍ମ ’ଚେହରେ’ରେ ନଜର ଆସିବେ। ରୁମୀ ଜାଫରୀଙ୍କ ବହୁଚର୍ଚ୍ଚିତ ‘ଚେହରେ’ରେ ମହାନାୟକ ଅମିତାଭ ବଚ୍ଚନ, ଇମ୍ରାନ୍ ହାସମୀ, ଅନୁ କପୁର ଓ କ୍ରିଷ୍ଟଲ୍ ଡିସୌଜା ମଧ୍ୟ ପ୍ରମୁଖ ଭୂମିକାରେ ରହିଛନ୍ତି। ରିଆ ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ ଅଛନ୍ତି।
ତେଲୁଗୁ ଫିଲ୍ମ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ରିଆ ବଲିଉଡରେ ବ୍ୟାଙ୍କ୍ ଚୋର୍, ହାଫ୍ ଗାର୍ଲଫ୍ରେଣ୍ଡ, ମେରେ ଡ୍ୟାଡ୍ କି ମାରୁତୀ ଏବଂ ଜଲେବୀରେ କାମ କରିଛନ୍ତି। ସୁଶାନ୍ତଙ୍କ ମାମଲାରୁ ମୁକୁଳିବା ପରେ ରିଆ ଏବେ ଇନଷ୍ଟାଗ୍ରାମରେ ମୋଟିଭେସନାଲ୍ କୋଟ୍ ଲେଖୁଛନ୍ତି। ନିକଟରେ ଏକ ପୋଷ୍ଟରେ ସେ ଲେଖିଥିଲେ, ଦୁଃଖ ଯେତେବେଳେ ଆସେ, ଏଥିରୁ ଆମକୁ ବହୁତ ଶକ୍ତି ମିଳେ। ଏଥିପାଇଁ ଆପଣଙ୍କୁ ମୋ ଉପରେ ଭରସା କରିବାକୁ ପଡ଼ିବ।
The post ରିଆଙ୍କୁ ମିଳିଲା ବଡ଼ ପ୍ରୋଜେକ୍ଟ, ଦ୍ରୌପଦୀ ଭୂମିକାରେ ନଜର ଆସିବେ appeared first on Odisha Reporter.
from Odisha Reporter https://ift.tt/3gaLHHc
No comments:
Post a Comment