ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ହ୍ୟାଟ୍ରିକ ବିଜୟ ଲାଭ କରିଛି। ଏହାପରେ ରାଜ୍ୟ ରାଜନୀତି ପୁଣିଥରେ କଡ଼ ଲେଉଟୁଥିବା ଦେଖିବାକୁ ମିଳିଛି। ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଅନେକ ନେତା ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ମାନସିକ ଭାବରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ତେବେ ଟିଏମସି ମଧ୍ୟ ଏହି ସବୁ ନେତାଙ୍କୁ ଗ୍ରହଣ କରିବ କି ନାହିଁ ସେ ନେଇ ମାନସ ମନ୍ଥନ କରୁଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ମମତା ନେବେ। ଏହାରି ଭିତରେ ଟିଏମସି ସାଂସଦ ସୌଗତ ରୟ କହିଛନ୍ତି ମୁକୁଲ ରୟ ଟିଏମସିକୁ ଫେରିବେ। ଯାହାକି ରାଜ୍ୟ ରାଜନୀତିର ସମୀକରଣ ପୁଣିଥରେ ବଦଳିବ ବୋଲି କୁହାଯାଉଛି। ହେଲେ ଉଭୟ ଟିଏମସି ଏବଂ ବିଜେପି ଏହାକୁ ନେଇ ନିରବ ରହିଛନ୍ତି। ବିରୋଧୀ ଦଳର ନେତା କିଏ ହେବେ ସେ ନେଇ ବିଜେପିର ଏକ ବୈଠକ ମାସେ ତଳେ ବସିଥିଲା। ଏହି ବୈଠକରେ ମୁକୁଲ ରୟ ଯୋଗ ଦେଇନଥିଲେ। ଏହାପରେ ପରେ ମୁକୁଲ ଟିଏମସି ମୁହାଁ ବୋଲି ଚର୍ଚ୍ଚା ହେଉଛି।
ଟିଏମସି ସାସଂଦ ସୌଗତ ରୟ ଏନଡିଟିଭିକୁ ସାକ୍ଷାତକାର ଜରିଆରେ କହିଛନ୍ତି, ମୁକୁଲ ଟିଏମସିକୁ ଫେରିବେ। କିଛି ବିଜେପି ନେତା ଅଭିଷେକ ବାନାର୍ଜୀଙ୍କ ସହ ସଂପର୍କରେ ରହିଥିବା ବେଳେ ଆଉ କିଛି ଅନ୍ୟ ଟିଏମସି ନେତାଙ୍କ ସହ ସମ୍ପର୍କରେ ଅଛନ୍ତି।
ଟିଏମସି ଯେଉଁ ନେତାମାନଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛି ସେଥିପାଇଁ ଦୁଇଟି ଶ୍ରେଣୀ ତିଆରି କରିଛି। ଗୋଟିଏ ସଫ୍ଟଲାଇନର ଆଉ ଗୋଟିଏ ହାର୍ଡ ଲାଇନର ବା କଟ୍ଟରପନ୍ଥୀ। ଏହାର ଅର୍ଥ ହେଲା ସଫ୍ଟଲାଇନର ନେତା ସେହିମାନେ ଯେଉଁମାନେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। କିନ୍ତୁ ଦଳ ଛାଡ଼ିବା ପରେ କେବେ ମମତାଙ୍କୁ ସାର୍ବଜନୀନ ସ୍ତରରେ ଗାଳିଗୁଲଜ କରି ନାହାନ୍ତି। ସେହିପରି କଟ୍ଟରପନ୍ଥୀ ହେଲେ ସେହି ମାନେ ଯେଉଁମାନେ ଟିଏମସି ଛାଡ଼ିବା ପରେ ମମତାଙ୍କୁ ସର୍ବସମ୍ମୁଖରେ ଗାଳି ଗୁଲଜ କରିଛନ୍ତି। ମୁକୁଲ ରୟ ଟିଏମସି ଛାଡି ବିଜେପିରେ ସାମିଲ ହେବା ପରେ କେବେ ମମତାଙ୍କୁ ଗାଳି ଗୁଲଜ କରି ନାହାନ୍ତି। ସେହିପରି ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡିବା ପରେ ସର୍ବସମ୍ମୁଖରେ ଟିଏମସି ଓ ମମତାଙ୍କୁ ଗାଳି ଗୁଲଜ କରିଛନ୍ତି। ତେଣୁ ଏହି ଗେରୁଆ ପାର୍ଟିର ନେତାକୁ ଟିଏମସି ଗ୍ରହଣ କରିବାକୁ ଏକ ପ୍ରକାର ରାଜି ଥିବା କୁହାଯାଉଛି।
ନିକଟରେ ମୁକୁଲ ରୟଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଅଭିଷେକ ବାନାର୍ଜୀ ମୁକୁଲଙ୍କୁ ଭେଟିଥିଲେ। ତେଣୁ ଏହି ହାବଭାବ ବିଜେପି ପାଇଁ ଆଉ ଟିକିଏ ଚିନ୍ତାର ବିଷୟ ପାଲଟିଛି। ଅଭିଷେକ ଓ ମୁକୁଲ ଭେଟଘାଟ ସମୟରେ କ’ଣ କଥା ହୋଇଥିଲେ ତାହା ଦୁହେଁ ଜାଣିଛନ୍ତି। ହେଲେ ମୁକୁଲଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ବୁଝିବାକୁ ଆସିଥିଲେ ବୋଲି ଅଭିଷେକ କହିଥିଲେ। ଏହାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁକୁଲଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ଏହି ସମୟରେ ମୁକୁଲଙ୍କ ସହ ପ୍ରଧାନମନ୍ତ୍ରୀ ରାଜନୀତିକ ଚର୍ଚ୍ଚା କରିଥିବା କୁହାଯାଉଛି।
ଏହାପରେ ପରେ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ବିଜେପି ସାଂସଦ ଦିଲ୍ଲୀ ଆସିଛନ୍ତି। ଶୁଭେନ୍ଦୁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ସହିତ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଯଦିଓ ଶୁଭେନ୍ଦୁ କହିଛନ୍ତି ବିରୋଧୀ ଦଳର ଆସନରେ ବସିବା ପରେ ଏହି ବଡ ନେତାଙ୍କ ଆଶୀର୍ବାଦ ନେବାକୁ ଆସିଥିଲି। ହେଲେ ଅନ୍ୟ ବିଜେପି ନେତା ଦିଲ୍ଲୀ ଆସିବା ପଶ୍ଚିମବଙ୍ଗ ବିଜେପି ଆଗକୁ ଦୁଇ ଭାଗ ହୋଇପାରେ ବୋଲି କୁହାଯାଉଛି।
The post ଟିଏମସିକୁ ମୁକୁଲ ରୟଙ୍କର ହେବ କି ଘର ବାପସୀ? appeared first on Odisha Reporter.
from Odisha Reporter https://ift.tt/353PC2n
No comments:
Post a Comment