କେନ୍ଦୁଝର (ଓଡ଼ିଶା ରିପୋର୍ଟର) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନର ଶାଳନିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଗାଁକୁ ଟିକା ନେଇ ଯାଉଥିବା ଡାକ୍ତରଖାନା କର୍ମଚାରୀ ରାସ୍ତାରେ ଟିକା ବିକ୍ରି କରି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଡାକ୍ତରଖାନା କର୍ମଚାରୀ ଜଣକ ୧୨ଟି ବଟଲରେ ୧୨୦ ଡୋଜ୍ ଟିକା ନେଇ ଗାଁକୁ ଆସୁଥିଲେ। ହେଲେ ଟିକାକରଣ ସାଇଟରେ ପହଞ୍ଚିବାବେଳକୁ ଗୋଟିଏ ବଟଲ ଫାଙ୍କା ଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ଶାଳନିଆ ମେଡିକାଲ ଅଫିସରଙ୍କୁ ଜଣାଇଥିଲେ । ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ଅଫିସର କହିଛନ୍ତି।
The post ବିକିଦେଲେ କୋଭିଡ ଟିକା ! appeared first on Odisha Reporter.
from Odisha Reporter https://ift.tt/3hbQCqx
No comments:
Post a Comment