ପୁଣି ବେବି ବମ୍ପ ଦେଖାଇଲେ ସାଂସଦ ନୁସରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ପୁଣି ବେବି ବମ୍ପ ଦେଖାଇଲେ ସାଂସଦ ନୁସରତ

କୋଲକାତା: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ସାମ୍ନାକୁ ଆସିଛି ତାଙ୍କର ଆଉ ଏକ ନୂଆ ଫଟୋ। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନୁସରତ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସର୍ବଦା ସେ ନିଜ ଇନଷ୍ଟାଗ୍ରାମରେ କିଛି ନା କିଛି ଫଟୋ ହେଉ ଅବା ଭିଡିଓ ଅପଲୋଡ କରିଥା’ନ୍ତି। ଏବେ ଏଭଳି ହିଁ କିଛି ଫଟୋ ସେଆର କରିଛନ୍ତି ଏହି ସୁନ୍ଦରୀ ସାଂସଦ। ଏହି ଫଟୋରେ ସେ ନିଜ ବେବି ବମ୍ପକୁ ଦେଖାଇଛନ୍ତି।

ଫଟୋରେ ନୁସରତ କଳା ରଙ୍ଗ ମିକି ମାଉସ୍ କାର୍ଟୁନ୍ ପ୍ରିଣ୍ଟ ଥିବା ଲୋଅର ଓ ଟପ୍ ପିନ୍ଧିଛନ୍ତି। ଏଥିସହ ତାଙ୍କ ମୁହଁରେ ପ୍ରେଗ୍ନେନ୍ସି ଗ୍ଲୋ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋକୁ ସେଆର କରି ନୁସରତ ଲେଖିଛନ୍ତି, ଆସନ୍ତୁ ହଜି ଯାଇଥିବା ପକ୍ଷୀକୁ ଘରକୁ ଆଣିବା।’ ନୁସରତଙ୍କ ଏହି ଫଟୋ ଏବେ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି।

ସୂଚନା ମୁତାବକ ନୁସରତ ଗତ କିଛି ଦିନ ହେବ ନିଜ ବିବାହ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ଗତ କିଛି ଦିନ ପୂର୍ବେ ହିଁ ସେ ନିଜ ଗର୍ଭବତୀ ଥିବା ଖବର ଦେଇଥିଲେ। ନୁସରତ କହିଥିଲେ,‘ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କ ବିବାହ ଭାରତୀୟ ଆଇନ୍ ଅନୁଯାୟୀ ବୈଧ ନୁହେଁ। ଏହା ଲିଭ-ଇନ୍ ରିଲେସନ୍‌ସିପ୍। କାରଣ ତୁର୍କୀରେ ହୋଇଥିବା ତାଙ୍କ ବିବାହକୁ ଭାରତୀୟ ଆଇନରେ ମାନ୍ୟତା ମିଳିନାହିଁ। ଏଥିସହ ସେ ଦୀର୍ଘ ଦିନ ହେବ ନିଖିଲଙ୍କ ଠାରୁ ଅଲଗା ରହୁଛନ୍ତି।’

ନୁସରଙ୍କ ଏଭଳି ମନ୍ତବ୍ୟ ପରେ ବିବାଦ ଉପୁଜିଛି। ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ମଧ୍ୟ ଦାବି ହୋଇଛି।

 

View this post on Instagram

 

A post shared by Nusrat (@nusratchirps)

The post ପୁଣି ବେବି ବମ୍ପ ଦେଖାଇଲେ ସାଂସଦ ନୁସରତ appeared first on Odisha Reporter.



from Odisha Reporter https://ift.tt/3dBMpMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages