ନୂଆଦିଲ୍ଲୀ: ଏଲଜେପିରେ ଲଗାତର ବିବାଦ ଘନେଇବାରେ ଲାଗିଛି। ରାମବିଳାସ ପାସୱାନଙ୍କ ଭାଇ ପଶୁପତି କୁମାର ପାରସ ପାର୍ଟିର ଅନ୍ୟ ଚାରି ସାଂସଦଙ୍କ ସହ ମିଶି ଚିରାଗଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ପାର୍ଟିରେ ଏହି ଘଟଣା ପରେ ଚିରାଗ ପାସୱାନ ନିଜ ଦାଦା ପଶୁପତି ପାରସଙ୍କ ଘରେ ପହଞ୍ଚିଛନ୍ତି। ଚିରାଗ ଖୋଦ୍ ଗାଡ଼ି ଡ୍ରାଇଭ୍ କରି ଦାଦା ପଶୁପତି ପାରସଙ୍କ ଘରେ ପହଞ୍ଚିଛନ୍ତି। କିନ୍ତୁ ପଶୁପତି ପାରସ ଦୀର୍ଘ ସମୟ ଧରି ଘରର କବାଟ ଖୋଲି ନଥିଲେ।
ଦାଦା ପଶୁପତିଙ୍କ ଘରର ମୁଖ୍ୟ କବାଟ ତ ଚିରାଗଙ୍କ ପାଇଁ ଜଲଦି ଖୋଲିଗଲା। କିନ୍ତୁ ଚିରାଗଙ୍କୁ ପାଖାପାଖି ୨୦ ମିନିଟ୍ ପରେ ଘର ଭିତରକୁ ଏଣ୍ଟ୍ରୀ ମିଳିଲା। ମିଳିଥିବା ସୂଚନା ମୁତାବକ, ଏହାରି ଭିତରେ ଚିରାଗ ଗାଡ଼ି ଭିତରେ ନିଜ ଦାଦାଙ୍କୁ ଅପେକ୍ଷା କରି ରହିଥିଲେ।
ଏ ନେଇ ଏଲଜେପିର ମୁଖପାତ୍ର ଶ୍ରବଣ କୁମାର କହିଛନ୍ତି, ଚିରାଗଙ୍କ ଆସିବା ନେଇ ସାଂସଦ ପଶୁପତି ପାରସଙ୍କୁ କୌଣସି ସୂଚନା ନଥିଲା। ଏପରିକି ପଶୁପତିଙ୍କ ଷ୍ଟାଫ୍ ମଧ୍ୟ ଏ ସମ୍ବନ୍ଧରେ କିଛି ଜାଣି ନଥିଲେ। ଚିରାଗ ଘରର ସମ୍ମାନିତ ସଦସ୍ୟ ଏବଂ ପରିବାରର ମଧ୍ୟ ସଦସ୍ୟ। ହେଲେ ଯେଉଁସବୁ ନିଷ୍ପତ୍ତି ନିଆଗଲା, ତାହା ସମ୍ପୂର୍ଣ୍ଣ ଏକତରଫା ଥିଲା।
ଏହା ପୂର୍ବରୁ ଆଜି ପଶୁପତି ପାରସ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ। ସେ କହିଥିଲେ ଯେ ସେ ପାର୍ଟିକୁ ଭାଙ୍ଗି ନାହାନ୍ତି ବରଂ ପାର୍ଟିକୁ ବଞ୍ଚାଇଛନ୍ତି। ସେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିକାଶ ପୁରୁଷ ମାନନ୍ତି ଏବଂ ଏନଡିଏ ମେଣ୍ଟ ସହ ରହିବାକୁ ଚାହାନ୍ତି। ସେ ମଧ୍ୟ ଜେଡିୟୁ ସହ ଯୋଡ଼ି ହେବା ଖବରକୁ ଖାରଜ କରିଦେଇଛନ୍ତି ।
ପାର୍ଟିରେ ବହୁ ବିବାହ ହେବା ପରେ ପଶୁପତି କହିଛନ୍ତି, ବହୁତ ଭଲ ଭାବେ ପାର୍ଟି ଚାଲୁଥିଲା। କେବେବି କାହା ମନରେ କୌଣସି ଅଭିମାନ ନଥିଲା। ମୋର ଦୁର୍ଭାଗ୍ୟ ଯେ ଆମର ଉଭୟ ବଡ଼ ଭାଇ ଏବଂ ସାନ ଭାଇ ଆମକୁ ଛାଡ଼ି ଚାଲିଗଲେ। ମୁଁ ଏବେ ନିଜକୁ ଏକୁଟିଆ ମନେ କରୁଛି। ପାର୍ଟିର ଦାୟିତ୍ବ ଯାହା ହାତକୁ ଯାଇଛି, ପାର୍ଟିର ୯୯ ପ୍ରତିଶତ କାର୍ଯ୍ୟକର୍ତ୍ତା, ସାଂସଦ, ବିଧାୟକ ଓ ଯେଉଁମାନେ ଆମ ପାର୍ଟିର ସମର୍ଥକ ଥିଲେ, ସମସ୍ତଙ୍କ ଇଚ୍ଛା ଥିଲା ଯେ ଆମେ ୨୦୧୪ରେ ଏନଡିଏ ମେଣ୍ଟ ସହ ରହିବୁ ଏବଂ ଏଥର ମଧ୍ୟ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ସହ ରହିବାକୁ ଚାହୁଁଥିଲୁ ।
ପଶୁପତି ଆହୁରି କହିଛନ୍ତି, ଆମ ଦଳର ୬ ସାଂସଦ ଅଛନ୍ତି। ସେଥିମଧ୍ୟରୁ ୫ଜଣଙ୍କ ଭାବି ନେଇଥିଲେ ଯେ ୬ ମାସ ଭିତରେ ଆମ ପାର୍ଟିର ଅସ୍ତିତ୍ବ ଶେଷ ହେବାକୁ ଯାଉଛି। ସେଥିପାଇଁ ପାର୍ଟିକୁ ବଞ୍ଚାଇବା ନିହାତି ଜରୁରୀ। ମୁଁ ପାର୍ଟି ଭାଙ୍ଗି ନାହିଁ ବରଂ ବଞ୍ଚାଇଛି। ଚିରାଗ ପାସୱାନ ମୋର ପୁତୁରା ଏବଂ ଆମ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତାଙ୍କୁ ନେଇ କୌଣସି ଆପତ୍ତି ନାହିଁ। ଯେଉଁମାନେ କୌଣସି କାରଣରୁ ଆମ ପାର୍ଟିକୁ ନେଇ ଅସନ୍ତୋଷ ଅଛନ୍ତି, ସେମାନଙ୍କୁ ମୁଁ କ୍ଷମା ମାଗୁଛି ଯେ ସେମାନେ ପାର୍ଟିକୁ ଫେରି ଆସନ୍ତୁ ଏବଂ ପାର୍ଟିର ସଦସ୍ୟତା ଗ୍ରହଣ କରନ୍ତୁ।
The post ୨୦ ମିନିଟ୍ ଅପେକ୍ଷା କରିବା ପରେ ଖୋଲିଲା ଗେଟ୍, ଦାଦାଙ୍କୁ ଭେଟିଲେ ପୁତୁରା appeared first on Odisha Reporter.
from Odisha Reporter https://ift.tt/3gAah3l
No comments:
Post a Comment