କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତର ସୁକୁନାପଦର ଓ ବାଞ୍ଜିପଡ଼ା ଛକ ମଧ୍ୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ କାକା ଆହତ ହୋଇଛନ୍ତି।
ମୃତକଙ୍କ ନାଁ ମନୋଜ ମାଝୀ (୧୭)। ତାଙ୍କ କାକାଙ୍କ ନାଁ ବୈଶାଖୁ ମାଝୀ। ସେମାନଙ୍କ ଘର ଘନାମହୁଲ ଗାଁରେ।
ସୂଚନା ଅନୁଯାୟୀ, କୁମ୍ଭାରୀ ଗାଁର ସମ୍ପଦ ମାଝୀ କୌଣସି କାମରେ ଘନାମହୁଲ ଗାଁକୁ ଯାଇଥିଲେ। ବୈଶାଖୁ ଓ ମନୋଜ ତାଙ୍କୁ ବାଇକ୍ରେ କୁମ୍ଭାରୀ ଗାଁରେ ଛାଡ଼ି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଶାଗୁଆନ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମନୋଜଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ କାକା ବୈଶାଖୁ ଆହତ ହୋଇଛନ୍ତି।
ଗତ ଦୁଇ ଦିନ ହେଲା ଏ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଭାରସାମ୍ୟ ହରାଇ ବାଇକ୍ଟି ଗଛରେ ପିଟି ହୋଇଥିଲା ବୋଲି ଜଣାପଡ଼ିଛି।
କଣ୍ଟାବାଞ୍ଜି ହସ୍ପିଟାଲ୍ରେ ବ୍ୟବଚ୍ଛେଦ ପରେ ମୁରିବାହାଲ ପୁଲିସ୍ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ ଘଟଣା ସଂପର୍କରେ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
The post କାକା ଆହତ, ପୁତୁରା ମୃତ appeared first on Odisha Reporter.
from Odisha Reporter https://ift.tt/3gCbzei
No comments:
Post a Comment