ଉହାନ କରୋନା ଡାଟାବେସ୍‌କୁ ହଟାଇ ଦେଲା ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ଉହାନ କରୋନା ଡାଟାବେସ୍‌କୁ ହଟାଇ ଦେଲା ଚାଇନା

ନ୍ୟୁୟର୍କ: ସାରା ବିଶ୍ୱକୁ କଲବଲ କଲାଣି କୋଭିଡ-୧୯। ଏଥିପାଇଁ ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଜର୍ମାନୀ ଆଦି ଦେଶ ଚାଇନାକୁ ଦାୟୀ କରୁଛନ୍ତି। କରୋନାର ଉତ୍ପତ୍ତି ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ତଦନ୍ତ କରିଛି ହେଲେ ରିପୋର୍ଟରେ ଗୋଟିଏ କଥା ଆସିଛି ଯେ ଚାଇନା ସହଯୋଗ କରୁନାହିଁ। ଚାଇନା କିନ୍ତୁ ନିଜ ଉପରେ ଆସୁଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଛି। ଏହାରି ଭିତରେ ସତ କାଳେ ପଦାରେ ପଡିଯିବ ଆଶଙ୍କା କରି ଚାଇନା କରୋନା ନମୁନାର ଡାଟା ଏବଂ ଭାଇରସର ଜେନେଟିକ ସିକ୍ୱେନ୍ସକୁ ଆମେରିକାର ଡାଟାବେସରୁ ହଟାଇ ଦେଇଥିବା ଜଣାପଡ଼ିଛି। ତେବେ ଆମେରିକାର ଅଧିକାରୀ ଏହାକୁ କିଛି ମାତ୍ରାରେ ରିଷ୍ଟୋର କରିବାରେ ସଫଳ ହୋଇଛନ୍ତି। ଆମେରିକାର ଭିରୋଲଜିଷ୍ଟ ପ୍ରଫେସର ଜେସ୍ ବ୍ଲୁମ୍ ଏହା କହିଛନ୍ତି।

ମୋଟ୍ ୨୪୧ଟି କରୋନା ସଂକ୍ରମଣ ଆମେରିକାର ଡାଟାବେସରେ ସଂରକ୍ଷଣ ହୋଇ ରହିଥିଲା। କିନ୍ତୁ ଚାଇନାର ଗବେଷକମାନେ ଏହି ନମୁନାକୁ ହଟାଇବା ପାଇଁ ଅନୁରୋଧ କରିଥିଲେ ବୋଲି ଜେସି ବ୍ଲୁମ୍ କହିଛନ୍ତି। କିନ୍ତୁ ମୋଟ୍ ୧୩ଟି ନମୁନାକୁ ରିଷ୍ଟୋର କରିବାରେ ସେ ସଫଳ ହୋଇଛନ୍ତି ବୋଲି କହିଛନ୍ତି।

ମାର୍ଚ୍ଚ ୨୦୨୦ରେ କରୋନା ସଂକ୍ରମିତଙ୍କ ନମୁନା ଆମେରିକାର ସିକ୍ୱେନ୍ସ ରିଡ ଆରକାଇଭରେ ସଂଗ୍ରହ କରି ରଖାଯାଇଥିଲା। କିନ୍ତୁ ଜୁନ୍ ୨୦୨୦ ବେଳକୁ ଏହି ସବୁ ନମୁନାକୁ ହଟାଇ ଦେବା ପାଇଁ ଚାଇନାର ଗବେଷକ ଅନୁରୋଧ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗ କହିଛି ଯେଉଁସବୁ ନମୁନାକୁ ଚାଇନା ଡାଟାବେସରୁ ହଟାଇବାକୁ ଚେଷ୍ଟା କରିଥିଲା ତାହା ଉହାନରୁ ପ୍ରଥମେ ସଂଗ୍ରହ କରାଯାଇଥିଲା। କିନ୍ତୁ ଯେଉଁ ଡାଟାବେସରେ ଏହି କରୋନା ନମୁନା ଥିଲା ସେଠିକାର ଗବେଷକଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି ସେମାନେ କେଉଁ ନମୁନାକୁ ରଖିବେ ଆଉ କାହାକୁ ଡିଲିଟ କରିପାରିବେ ବୋଲି ଜଣାପଡ଼ିଛି।

ତେବେ ଆମେରିକାର ଗବେଷକ ଜେସ୍ ବ୍ଲୁମ୍ କହିଛନ୍ତି କିଭଳି ଚାଇନା ଏହି ଡାଟାବେସକୁ ହଟାଇବାରେ ସଫଳ ହୋଇଛି। ସିକ୍ୱେନ୍ସ ରିଡ ଆରକାଇଭରେ କରୋନାର ଅପଗ୍ରେଡ ନମୁନା ରଖାଯିବ କହି ଚାଇନା କହିଥିଲା। ପରେ ପୁରୁଣା ନମୁନାକୁ ଚାଇନା ହଟାଇ ଦେଇଥିଲା ଏହି ସିକ୍ୱେନ୍ସ ରିଡ ଆରକାଇଭରୁ। ବହୁ ପୂର୍ବରୁ ମୁଁ କହି ସାରିଛି କରୋନା ଚାଇନାରୁ ଉତ୍ପତ୍ତି ହୋଇଛି। କିନ୍ତୁ ଚାଇନା ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ଫ୍ରେଡ ହଚିଂଗସନ କ୍ୟାନସର ରିସର୍ଚ୍ଚ ସେଣ୍ଟରର ଏହି ବୈଜ୍ଞାନିକ କହିଛନ୍ତି।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପୂର୍ବତନ ପରାମର୍ଶଦାତା ଡୋମିନିକ୍ କମିଙ୍ଗସ୍ କହିଛନ୍ତି ପ୍ରଫେସର ଜେସ୍ ବ୍ଲୁମଙ୍କ ରିସର୍ଚ୍ଚରୁ ଜଣାପଡ଼ିଛି କରୋନା ଉହାନ ଲ୍ୟାବରୁ ବ୍ୟାପିଛି। ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଦଳ ଚଳିତ ବର୍ଷ ଆରମ୍ଭରେ ଚାଇନା ଗସ୍ତ କରିଥିଲେ ମଧ୍ୟ ତଥ୍ୟ ସେମାନଙ୍କୁ ଅନେକ ସୂଚନା ଦେଇନଥିଲା ଚାଇନା।

The post ଉହାନ କରୋନା ଡାଟାବେସ୍‌କୁ ହଟାଇ ଦେଲା ଚାଇନା appeared first on Odisha Reporter.



from Odisha Reporter https://ift.tt/3gSuNNN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages