ରେଷ୍ଟୁରାଣ୍ଟ ଉପରେ ରାଗ ସୁଝାଇଲେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ରେଷ୍ଟୁରାଣ୍ଟ ଉପରେ ରାଗ ସୁଝାଇଲେ ଅଭିନେତ୍ରୀ

ମୁମ୍ବାଇ: ରାଗିଗଲେ ସାଉଥ ସୁନ୍ଦରୀ। ରେଷ୍ଟୁରାଣ୍ଟ ଉପରେ ସୁଝାଇଲେ ସବୁ ରାଗ। ସୋଶାଲ ମିଡିଆରେ ଗୋଟିଏ ପରେ ଗୋଟିଏ ଫଟୋ ପୋଷ୍ଟ କରି, ଯାହା ମନକୁ ଆସିଲା ତାହା କହିଗଲେ।

ସାଉଥ ସୁନ୍ଦରୀ ନିବେଥା ପେଥୁରାଜ। ସେ ନିକଟରେ ଅନ୍‌ଲାଇନ୍ ଫୁଡ୍ ଡେଲିଭରୀ ସଂସ୍ଥା ସ୍ୱିଗିରୁ ଖାଦ୍ୟ ଅର୍ଡର କରିଥିଲେ। ଖାଦ୍ୟ ପ୍ୟାକେଟ ଖୋଲିବା ବେଳକୁ ସେଥୁରି ଅସରପା ବାହାରିଥିଲା। ଏହାପରେ ରାଗରେ ପଞ୍ଚମ ହୋଇଯାଇଥିଲେ ଅଭିନେତ୍ରୀ ନିବେଥା। ନିଜ ଇନ୍‌ଷ୍ଟାଗ୍ରାମରେ ଖାଦ୍ୟର ଫଟୋ ପୋଷ୍ଟ କରି ଫୁଡ୍ ଡେଲିଭରୀ ସଂସ୍ଥା ଏବଂ ଖାଦ୍ୟ ପଠାଇଥିବା ରେଷ୍ଟୁରାଣ୍ଟକୁ ଗାଳି ଗୁଲଜ କରିଥିଲେ।

ଖାଦ୍ୟ ପ୍ୟାକେଟ ଖୋଲିବା ବେଳକୁ ସେଥୁରି ଅସରପା ବାହାରିଥିଲା। ଏହାପରେ ରାଗରେ ପଞ୍ଚମ ହୋଇଯାଇଥିଲେ ଅଭିନେତ୍ରୀ ନିବେଥା।

ତେବେ ନିବେଥାଙ୍କ ରାଗ ଏତିକିରେ ଶାନ୍ତ ହୋଇନଥିଲା। ସେ ଗୋଟିଏ ପରେ ଗୋଟିଏ ପୋଷ୍ଟ ସେଆର କରିଥିଲେ ଏବଂ ରେଷ୍ଟୁରାଣ୍ଟ ଉପରେ ରାଗ ସୁଝାଇଥିଲେ। ନିବେଥା ସେଆର କରିଥିବା ପୋଷ୍ଟରେ ଲେଖିଛନ୍ତି, ସେ ଅର୍ଡର କରିଥିବା ଭାତରୁ ଏକ ବଡ଼ ଅସରପା ବାହାରିଥିଲା। ତେବେ ଏହା ପ୍ରଥମ ଏଭଳି ଘଟଣା ତାଙ୍କ ସହ ଦୁଇ ଥର ଘଟିଲାଣି। ପୂର୍ବରୁ ମଧ୍ୟ ଉକ୍ତ ରେଷ୍ଟୁରାଣ୍ଟରୁ ଅର୍ଡର କରିଥିବା ଖାଦ୍ୟରୁ ଅସରପା ବାହାରି ସାରିଛି। ତେଣୁ ଏହିି ରେଷ୍ଟୁରାଣ୍ଟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଅନ୍‌ଲାଇନ୍ ଫୁଡ୍ ଡେଲିଭରୀ କରୁଥିବା ସମସ୍ତ ରେଷ୍ଟୁରାଣ୍ଟର ଖାଦ୍ୟ ଲଗାତାର ଯାଂଚ କରାଯିବା ଉଚିତ। ଯଦି ସ୍ୱଚ୍ଛତା ଓ ଖାଦ୍ୟରେ ସଠିକ୍ ନଥାଏ ତେବେ ତୁରନ୍ତ ସେହି ରେଷ୍ଟୁରାଣ୍ଟଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବା ଦରକାର।

ଅଭିନେତ୍ରୀଙ୍କ ସହ ଘଟିଥିବା ଏହି ଘଟଣାକୁ ନେଇ ତାଙ୍କ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉକ୍ତ ରେଷ୍ଟୁରାଣ୍ଟ ଅନେକ ଗ୍ରାହକଙ୍କୁ ମଧ୍ୟ ଖାଦ୍ୟରେ ଅସରପା ମିଶାଇ ଦେଉଥିବା ସେମାନେ ସୂଚନା ଦେଇଛନ୍ତି। ଏହି ସୂଚନା ପାଇବା ପରେ ଅଭିନେତ୍ରୀ ଜଣକ ସ୍ୱିଗିକୁ ନିଜ ଆପ୍‌ରୁ ଏହି ରେଷ୍ଟୁରାଣ୍ଟକୁ ତୁରନ୍ତ ହଟାଇ ଦେବା ପାଇଁ ନିବେଦନ କରିଛନ୍ତି।

The post ରେଷ୍ଟୁରାଣ୍ଟ ଉପରେ ରାଗ ସୁଝାଇଲେ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/3xQDD4n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages