କୁଲଭୂଷଣ ମାମଲାରେ ମୁଣ୍ଡ ନୁଆଁଇଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

କୁଲଭୂଷଣ ମାମଲାରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ହୋଇ ରହିଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ଆଇସିଜେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପାକିସ୍ତାନ ଏବେ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବ। ପାକିସ୍ତାନ କୋର୍ଟ କୁଳଭୂଷଣଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ଦେଉନଥିଲା ପାକିସ୍ତାନ। ପରେ ଭାରତ ପାକିସ୍ତାନର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଇସିଜେ କୋର୍ଟ ଯାଇଥିଲା। ଏହାପରେ ଏହି ଅନ୍ତର୍ଜାତୀୟ କୋର୍ଟ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ଅନୁମତି ଦେଇଥିଲା। ହେଲେ ପାକିସ୍ତାନ ଦୀର୍ଘ ଦିନ ହେବ ଏହାକୁ ଗ୍ରହଣ କରିନଥିଲା।

ଏବେ ପାକିସ୍ତାନ ଆଇସିଜେ କୋର୍ଟଙ୍କ ରାୟକୁ (ସମୀକ୍ଷା ଏବଂ ପୁନର୍ବିଚାର) ଅଧ୍ୟାଦେଶ ୨୦୨୦କୁ ଅନୁମତି ଦେଇଛି। ଏହାର ଅର୍ଥ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିକୁ କୁଳଭୂଷଣ ଚ୍ୟାଲେଞ୍ଜ କରିପାରିବେ। ପାକିସ୍ତାନର ସଂସଦ ଗୁରୁବାର ଦିନ ପାକିସ୍ତାନରେ ଜେଲରେ ଥିବା ଭାରତୀୟ କୁଲଭୂଷଣ ଯାଦବଙ୍କୁ ଆବେଦନ କରିବାର ଅଧିକାର ପ୍ରଦାନ ପାଇଁ ଏକ ବିଲ୍ ପାରିତ କରିଛି। ଅନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା ଏବଂ ପୁନର୍ବିଚାର କରିବାକୁ ପାକିସ୍ତାନ ସଂସଦକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କୁଲଭୂଷଣ ଯାଦବ ୨୦୧୬ ପରଠାରୁ ପାକିସ୍ତାନ ଜେଲରେ ରହିଛନ୍ତି। ପାକିସ୍ତାନର ଗୁପ୍ତଚର ସଂସ୍ଥା କୁଲଭୂଷଣ ଯାଦବଙ୍କୁ ଇରାନରୁ ଅପହରଣ କରି ନେଇଛି। ଭାରତ ସରକାର ଆରମ୍ଭରୁ କହୁଛନ୍ତି ଯେ କୁଲଭୂଷ ଯାଦବ ଜଣେ ପୂର୍ବତନ ନୌସେନା ଅଧିକାରୀ ଥିଲେ। ସେ ଏକ ବ୍ୟବସାୟିକ ଚୁକ୍ତି ପାଇଁ ଇରାନ ଯାଇଥିଲେ। ଏଠାରୁ ତାଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କୁ ପାକିସ୍ତାନୀ ସେନାକୁ ହସ୍ତାନ୍ତର କରାଯାଇଥିଲା।

ହେଲେ ଇସଲାମାବାଦ କୁଲଭୂଷଣଙ୍କୁଙ୍କୁ ଜଣେ ଭାରତୀୟ ଗୁପ୍ତଚର ବୋଲି ଅଭିହିତ କରିଆସୁଛି। ପାକିସ୍ତାନର ଏକ ସାମରିକ କୋର୍ଟ ଦ୍ୱାରା ଯାଦବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ପରେ ଭାରତ ସରକାର ଇଣ୍ଟରନେସନାଲ କୋର୍ଟ ଅଫ୍ ଜଷ୍ଟିସଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଏହି ନିଷ୍ପତ୍ତି ଭାରତ ସପକ୍ଷରେ ଆସିଥିଲା ​​ଏବଂ ପାକିସ୍ତାନର ଜେଲରେ ଥିବା କୁଲଦୀପ ଯାଦବ ଜଣେ ପରା

The post କୁଲଭୂଷଣ ମାମଲାରେ ମୁଣ୍ଡ ନୁଆଁଇଲା ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/2SukCWi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages